ନଦୀରୁ ବୁଦ୍ଧଙ୍କ ମୃତ ଦେହ ଉଦ୍ଧାର


କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ସନ୍ନିକଟ ରାମିଆଳ ନଦୀ ରୁ ଜଣେ ବୃଦ୍ଧଙ୍କ ର ମୃତ ଦେହକୁ ଶୁକ୍ରବାର ପୁଲିସ ଉଦ୍ଧାର କରିଥିବାର ଜଣାଯାଇଛି l ଏହି ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମର ଶରତ ନାୟକ (୬୩ ) ସବୁ ଦିନ ପରି ଗୁରୁବାର ଆମ୍ବ ଆଣି ଆଳତୁମା ଗ୍ରାମକୁ ବିକ୍ରି କରି ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ହେଁ ଶରତଙ୍କର କୌଣସି ଖବର ପାଇନଥିଲେ l ଶୁକ୍ରବାର ପୂର୍ବାହ୍ନ ରେ ଶରତଙ୍କ ମୃତ ଦେହ ନଦୀ ରେ ପଡିଥିବାର କେତେକ ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶରତଙ୍କର ମୃତ ଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *