ଲୁଚିଗଲ ଅଦିନିଆ ବରଷାରେ

ଲୁଚିଗଲ ଅଦିନିଆ ବରଷାରେ

ଗୋଲୋକବିହାରୀ ବେହେରା

ଆସିଥିଲ ତୁମେ ଜୀବନରେ ମୋର
କୃଷ୍ଣଚୂଡ଼ା ରଂଗ ନେଇ,
ଅଦିନରେ ତୁମେ କେମିତି ହଜିଲ
କଳା ମେଘ ଢାଙ୍କି ଦେଇ ।
କହିଥିଲ ତୁମେ ଯେବେ ମରିଯିବି
ଗଡାଇବ ନାହିଁ ଲୁହ,
ଗାଇବନି କେବେ ବିରହ ସଙ୍ଗୀତ
ହୃଦୟରେ ଭରି କୋହ ।
ପ୍ରଧାନ ଘରର ନବବଧୂ ସାଜି
ସତର ଜଣଙ୍କ ପାଇଁ,
ବାଢି ଦେଉଥିଲ ସୁମିଷ୍ଟ ଭୋଜନ
କେବେ ବି ଉପାସ ରହି।
ବୟାଳିଶ ବର୍ଷ ସଂସାର କରିଲ
ଭରପୂର ସୁଖ ଦେଇ,
କେବେ ବି ରାଗିନ କଡ଼ାକଥା ପଦେ
କହିନାହଁ ତୁମେ ସହି।
ଦୁଇଝିଅ ପୁଅ ତିନୋଟି ରତନ
ତୁମର ହୃଦୟ ହାର,
ଭିଡିଓ କଲ୍ ରେ କଥା ହେବା ପାଇଁ
ବାରମ୍ବାର ଅଳି କର ।
ଜନ୍ମ ପରେ ମୃତ୍ୟୁ ଚିରନ୍ତନ ସତ୍ୟ
ଏହି ମରତ ଧାମରେ,
କିଏ ଜାଣିଥିଲା ତୁମେ ଲୁଚିଯିବ
ଅଦିନିଆ ବତାସରେ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *