ବିଭୁ ପଦେ ନିବେଦନ

ବିଭୁ ପଦେ ନିବେଦନ

ବିଭୁ ପଦେ ନିବେଦନ
ସୁଖେ କଟିଯାଉ ଏହି ଜୀବନ
ସଜନୀ ଲୋ
ବିଶ୍ବ ବାସୀ ପାଆନ୍ତୁ କଲ୍ୟାଣ
ସଜନୀ ଲୋ ‌
ମର୍ତ୍ତ୍ୟ ମଣ୍ଡଳେ ରେ ଜନ୍ମ
ଦେବତା ହୋଇଲେ ଲଭେ ମରଣ
ସଜନୀ ଲୋ
ଏତ ବିଧିର ବିଧାନ
ସଜନୀ ଲୋ।
କଲେ ଯିଏ ଭଲ କର୍ମ
ମୁକତି ପାଇବ ନିଶ୍ଚିତ ଜାଣ
ସଜନୀ ଲୋ
ଏହା ବିଧିର ବିଧାନ
ସଜନୀ ଲୋ।
ଜନ୍ମିଥିଲେ ପ୍ରଭୁ ରାମ
ସେତ ରାଜୀବ ଲୋଚନ
ପିତୃ ସତ୍ଯେ ଗଲେ ବଣକୁ ଜାଣ
ବଣେ ବଧିଲେ ଲଙ୍କା ରାବଣ
ସଜନୀ ଲୋ।
ସୀତା ଙ୍କୁ ଉଧାର କଲେ
ବାନର ସେନା ର ସାହାଯ୍ୟ ନେଲେ
ସଜନୀ ଲୋ
ସେତୁ ବନ୍ଧ ନିର୍ମାଣ କରିଲେ
ସଜନୀ ଲୋ।
ରାବଣ ଭାଇ ବିଭୀଷଣ
ଲଙ୍କା ରେ କରିଲେ
ତାକୁ ରାଜନ
ସଜନୀ ଲୋ
ଏତ ବିଧିର ବିଧାନ
ସଜନୀ ଲୋ।
ଲକ୍ଷ୍ମଣ ପରିକା ଭାଇ
ଧରା ପୃଷ୍ଠରେ ମିଳିବ ନାହିଁ
ସଜନୀ ଲୋ
ଭାତୃଭକ୍ତ ରେ ଗଣତି ସେହି
ସଜନୀ ଲୋ।
ପୂଣ୍ୟ ଶୋଳ୍କ ରାମଚନ୍ଦ୍ର
ପ୍ରଜାଙ୍କ ଆନନ୍ଦେ ପତ୍ନୀ ବିଚ୍ଛେଦ
ସଜନୀ ଲୋ
ଏହା ଲାଗଇ ବଡ ଦୁଃଖଦ
ସଜନୀ ଲୋ।
ଅଗ୍ନି ପରୀକ୍ଷା ରେ ସତୀ
ସେ ପରା ଅଟଇ ଯେ ପୂଣ୍ୟବତୀ
ସଜନୀ ଲୋ
ବ୍ୟଥିତ କଲା ଯେ ଗତି
ସଜନୀ ଲୋ।
ଅଶ୍ଵମେଧ ଯଜ୍ଞ ର‌ ଅଶ୍ଵ
ବାନ୍ଧିଲେ ତାହାକୁ ଯେ ଲବ କୁଶ
ସଜନୀ ଲୋ
ତାକୁ ଦେଖିଲା ଯେ ସାରା ବିଶ୍ବ।
ରାମ ଚରିତ୍ର ମାନସ
ଶ୍ରବଣ କରିବ ଏ ଭକ୍ତି ରସ
ସଜନୀ ଲୋ
ତେବେ ବଢିବ ତୁମ ସାହାସ
ସଜନୀ ଲୋ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ,ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *