ରଥଯାତ୍ରା ସମୟରେ PWD ର ମନ ମାନି ବେହାଲ ରେ ସୋରଡ଼ା ବଡ଼ଦାଣ୍ଡ

ସୋରଡ଼ା :୨୦/୦୬/୨୫ (ନାରାୟଣ ଡାକୁଆ )ଜନସାଧାରଣଙ୍କ ପ୍ରମୁଖ ଭିତ୍ତିଭୂମିର ବିକାଶ ପାଇଁ ଅନିର୍ବାର୍ଯ୍ୟ ରହୁଥିବା ରାସ୍ତା ପାଇଁ ସରକାର କୋଟି କୋଟି ଅର୍ଥ ଵ୍ୟୟ ସତ୍ତ୍ୱେ ପ୍ରମୁଖ ରାସ୍ତାର ହାଲ ବେହାଲ, ଏହି ରାସ୍ତାରେ ଯାତାୟାତ କରୁଛନ୍ତି ସୋରଡା ବ୍ଲକର ସଦରମହକୁମା ତଥା ଭଞ୍ଜନଗରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ସହିତ ଏହି ବ୍ଲକର କିଛି ପଞ୍ଚାୟତ ଯଥାକ୍ରମେ ପାଲକାଟୁ ,ଗୋପାଳପୁର ଶାସନ , କୁଲାଙ୍ଗୀ, ଲାଠିପଡା ଆଦି ଗ୍ରାମପଞ୍ଚାୟତର ଶହ ଶହ ଜନସାଧାରଣ।ଏହି ସହର ଅନ୍ତର୍ଗତ ସୋରଡ଼ା ବଡଦାଣ୍ଡର ଗଣିଛକ ଠାରୁ ଲାଠିପଡା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ବର୍ତ୍ତମାନ କିଛିଦିନହେବ ତିଆରି ହୋଇଥିବା ଛୋଟ କଲଭର୍ଟ ଓ ପୋଲ ସଂଯୋଗ ରାସ୍ତାକୁ ଦେଖିଲେ ଯେ ନାହିଁ କହିବ ଏ ରାସ୍ତା ତ ନୁହେଁ ମରଣ ଯନ୍ତା।

ରାସ୍ତାରେ ଫୁଟେରୁ ଅଧିକ ଖାଲ ଖମା ସାଙ୍ଗକୁ ସୋରଡ଼ା ବଡଦାଣ୍ଡରେ ଥିବା ରାସ୍ତାକୁ ପୁରୁଣା ରାସ୍ତାରେ ପୁଣି ପିଚୁ ଢଳେଈ ଦେଢ଼ ଫୁଟ ଉଚ୍ଚ ହୋଇ ସତେ ଯେମିତି ବଡଦାଣ୍ଡଟି ଆଗାମୀ ରଥଯାତ୍ରା ପାଇଁ ତିନି ଥାକିଆ ରାସ୍ତା ପାହାଚ ଭାବେ ତିଆରି କରାଯାଇଛି ଓ ଏ ନେଇ ଅନେକ ଖବର ପ୍ରସାରଣ ଓ ଅଭିଯୋଗ କଲେ ବି ପ୍ରଶାସନ ର କାନରେ ପଡୁନି ଏଣୁ ଆଜିର ଏହି ସ୍ମାର୍ଟ ଯୁଗରେ ବାଧ୍ୟ ହୋଇ ରାସ୍ତାରେ ଯା ଆସ କରୁଛନ୍ତି ବାଳୁତ ଠୁ ବୃଦ୍ଧ ଆବାଳ ବୃଦ୍ଧ ବନିତା।ତେବେ କେବେ ଏହି ଅବସ୍ଥା ସୁଧୁରୀବ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *