ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବ୍ୟାସନଗର ସହର ର ବିଭିନ୍ନ ସ୍ଥାନ ରେ ଯୋଗ ଦିବସ ପାଳିତ ହୋଇଯାଇଛି

ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବ୍ୟାସନଗର ସହର ର ବିଭିନ୍ନ ସ୍ଥାନ ରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମ, ବ୍ୟାସନଗର ମହାବିଦ୍ୟାଳୟ ଓ ବ୍ୟାସନଗର ପୌରପରିସଦ, ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚ ର ମିଳିତ ଆୟୋଜନ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଶରୀର ଓ ମନ କୁ ସୁସ୍ଥ ରଖିବାପାଇଁ ଯୋଗ ନିହାତି ଜରୁରୀ । ସମସ୍ତେ ଜୀବନ ଯୁଦ୍ଧରେ ଦୌଡୁଛନ୍ତି । ଏହି ଦୌଡ଼ରେ ନିଜର ମନ କୁ ନିଜ ଶରୀର କୁ ଉପେକ୍ଷା କରୁଛୁ । ତେଣୁ ନିଜେ ସୁସ୍ଥ ରହିବା ଦରକାର ଓ ନିଜ ପରିବାର କୁ ସୁସ୍ଥ ରଖିବା ଦରକାର । ସମାଜ କୁ ସୁସ୍ଥ ରଖିବା ଦରକାର । ଏସବୁ ପାଇଁ ଯୋଗର ଆବଶ୍ୟକତା ରହିଛି । ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ୟାସନଗର ଅଞ୍ଚଳର ବହୁ କ୍ରୀଡ଼ାବିତ, ଛାତ୍ରଛାତ୍ରୀ, ଓ ବୁଦ୍ଧିଯିବି ସାମିଲ ହୋଇ ବିଧାୟକ ଙ୍କୁ ସ୍ୱାଗତ କରିବା ସହିତ ବିଶ୍ଵଯୋଗ ଦିବସ କୁ ସଫଳ କରିଛନ୍ତି।
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ