ସୋରଡା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ।

– 21/06/25 ସାରା ବିଶ୍ୱ ଆଜି ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ।ଏହି ପରିପେଖି ରେ ଗଞ୍ଜାମ ଜିଲ୍ଲା ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଞ୍ଚାୟତ ସମିତି ପକ୍ଷରୁ ମିଳିତ ଭାବରେ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ମାର୍ଟ ପାର୍କ ରେ ଆୟୋଜିତ ଯୋଗ ଦିବସ ପାଳନ ରେ ସୋରଡ଼ା ଏନଏସି ଅଧକ୍ଷ ଶିବଶଙ୍କର ପଣ୍ଡା ଓ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସାହୁ ସୋରଡ଼ା ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସଞ୍ଜୀବ ରାଜ ସେନାପତି ଉପସ୍ଥିତ ରହିବା ସହ ସମସ୍ତଙ୍କୁ ପ୍ରତିଦିନ କିଛି ସମୟ ଯୋଗ କରିବା ପାଇଁ କହିଥିଲେ ଓ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ସବଳ ରହିବ ।ବିଭିନ୍ନ ପ୍ରକାର ଯୋଗାସନ ମାଧ୍ୟମରେ ଯୋଗ କରିଥିଲେ। ତାହା ସହିତ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଇନ୍ଡୋର ଷ୍ଟାଡିୟମ୍ ସାମ୍ନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଇଥିଲା l ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଓ ସୋରଡ଼ା ପଞ୍ଚାୟତ ସମିତି ର କର୍ମଚାରୀ ଙ୍କ ସହ ସୋରଡ଼ା ଅବକାରୀ ବିଭାଗ ଓ ଅଞ୍ଚଳ ର ସମସ୍ତ ବୁଦ୍ଧିଯିବି , ଗଣପ୍ରତିନିଧି ସମାଜ ସେବୀ ଉପସ୍ଥିତ ଥିଲେl

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *