ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ବିଭିନ୍ନ ସମ୍ପ୍ରଦାୟର ଲୋକ।

Date-21/6/2025-ଆଜି ହେଉଛି ବିଶ୍ବ ଯୋଗ ଦିବସ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଡ଼ିଟୋରିୟମ ଠାରେ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସମ୍ମାନିତ ଅତିଥି ଭାବେ ବିଧାୟକ ଶତୃଘ୍ନ ଜେନା, ଉପଜିଲ୍ଲାପାଳ ଦିନମଣି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’’। ଯାହା ମାନବଜାତିକୁ ନିଶ୍ୱାସ ନେବା, ସନ୍ତୁଳନ ରଖିବା ଏବଂ ପୁନର୍ବାର ସୁସ୍ଥ ହେବା ପାଇଁ ନିହାତି ଆବଶ୍ୟକ”। ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ “ସର୍ବେ ଭବନ୍ତୁ ସୁଖିନଃ (ସମସ୍ତେ ଖୁସି ହୁଅନ୍ତୁ) – ଆମେ ଏହି ଚିନ୍ତାଧାରା ଦ୍ୱାରା ବଞ୍ଚିବା ଉଚିତ, କାରଣ ଏହା ଏକ ଶାନ୍ତିପୂର୍ଣ୍ଣ ସମାଜ ଆଡକୁ ନେଇଥାଏ। ଯାହା ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।ତେବେ ଶରୀର ସୁସ୍ଥ ଓ ନିରୋଗ ପାଇଁ ଯୋଗ ହେଉଛି ଏକମାତ୍ର ମାଧ୍ୟମ। ଏହି ଅବସରରେ କାମାକ୍ଷାନଗରର ବିଭିନ୍ନ ସମ୍ପ୍ରଦାୟର ଲୋକ ଅଂଶ ଗ୍ରହଣ l

Leave a Reply

Your email address will not be published. Required fields are marked *