ପଞ୍ଚାୟତ ସମିତି ବୈଠକ ରେ ଗଣ ମାଧମ ପ୍ରତିନିଧିଙ୍କୁ ବାରଣ

ଗଣ ମାଧ୍ୟମର କଣ୍ଠ ରୋଧ, ଦିନ ରାତି ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ କୁଠାରଘାତ, ଖବର ସଂଗ୍ରହ ବେଳେ ଖବର ଦାତାକୁ ବାରଣ କରିବା ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଂଚାୟତ ସମିତି ବୈଠକରେ। ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିକୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ବସିଥିଲା କୁଜଙ୍ଗ ପଞ୍ଚାୟତ ସମିତି ପଞ୍ଚମ ଅଧିବେଶନ। ବ୍ଲକ ଅଧକ୍ଷା ନିନା ରାଣୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସଂସଦ ବିଭୁ ପ୍ରସାଦ ତରାଇ, ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ସ୍ୱାଇଁ, ତହସିଲଦାର କୁଜଙ୍ଗ, ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ।କିନ୍ତୁ ଅନେକ ଜନ ପ୍ରତିନିଧିକୁ ଅଣଦେଖା କରାଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ଗଣ ମାଧ୍ୟମ ପ୍ରତିନିଧିକୁ ପୋଲିସ ଭିତରକୁ ଛାଡୁ ନ ଥିବା ବେଳେ କିଛି ମହିଳା ସରପଞ୍ଚ ଙ୍କ ପୁଅ ଓ ସ୍ୱାମୀ ବୈଠକରେ ଯୋଗ ଦେଇଥିଲେ।କୁଜଙ୍ଗ ବ୍ଲକ ସବୁବେଳେ ଦୁର୍ନୀତିରେ ବୁଡ଼ି ରହୁଥିବା ବେଳେ ନୂଆ ସରକାର ରେ କେତେ ସ୍ୱଛତା ଆଣି ପାରିଛି ତାହାକୁ ଘଣ୍ଟ ଘୋଡାଇବା କୁ ଯାଇ ଗଣ ମାଧ୍ୟମକୁ ବାରଣ କରାଯାଉଛି କି? ଏଠି ପ୍ରଶ୍ନ ଉଠୁଛି ଗଣ ମାଧ୍ୟମ ର କଣ୍ଠ ରୋଧ କରିବାକୁ ପୋଲିସ କୁ କିଏ ଅନୁମତି ଦେଲା ଏଥିନେଇ ବିଭିନ୍ନ ସାମ୍ୱାଦିକ ସଂଘ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଘଟଣାକୁ ଘୋର ନିନ୍ଦା କରାଯଇଛି।କୁଜଙ୍ଗ ସାମ୍ବାଦିକ ସଂଘ ମଧ୍ୟ ଏହାର ଦୃଢ଼ ନିନ୍ଦା କରିଥିବା ବେଳେ ସଂଘର ସଭାପତି ଏକ ପ୍ରେସ ବିବୃତିରେ ଏହାର ସ୍ପଷ୍ଟୀକରଣ ଦାବୀ କରିଛନ୍ତି।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ