ଦୀର୍ଘ ଦୁଇ ମାସ ପରେ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଶବ ଉଦ୍ଧାର ପୋଲିସ ନିରବ

ଦୀର୍ଘ ଦୁଇ ମାସ ପରେ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଶବ ଉଦ୍ଧାର ପୋଲିସ ନିରବ ଦ୍ରଷ୍ଟା ।-ଚକାପାଦ ତା ୨୦/୦୬/୨୦୨୫ ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମର ସୁଦର୍ଶନ କଂହର (ଲାଲୁ), ଗତ ତା – ମେ ୧୦ ରିଖ ଠାରୁ ନିଖୋଜ ଥିଲେ ଏନେଇ ସୁଦର୍ଶନ କଂହର ଙ୍କ ସ୍ତ୍ରୀ ଝରଣା ବେହେରା ଟିକାବାଲି ଥାନାରେ ଅଭିଯୋଗ କରିଥିଲେ I ଟିକାବାଲି ପୋଲିସ ଏକ ନିଖୋଜ ମାମଲା ୧୫/୨୫ ରେ ରୁଜୁ କରି ତଦନ୍ତ ଜାରି ରଖିଥିଲେ I ଆଜି ଟିକାବାଲି ପୋଲିସ ଲାଇନପଡା ଅଞ୍ଚଳ ଗଣାକୁପା ଜଙ୍ଗଲ ରୁ ସୁଦର୍ଶନ କଂହର ଙ୍କ ଏକ ଗଛ ରେ ଝୁଲୁଥିବା ମୃତ ଦେହ ଉଦ୍ଧାର କରିଛି I ମୃତକ ଙ୍କ ସ୍ତ୍ରୀ ଝରଣା ବେହେରା ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ନେଇ ଟିକାବାଲି ଥାନାରେ ଅଭିଯୋଗ କରିଛନ୍ତି I ପୋଲିସ ଏକ ହତ୍ୟା ମାମଲା ୧୨୨/୨୫ ରେ ରୁଜୁ କରି ମୃତ ଦେହ କୁ ଜବତ କରିଛି । ସାଇଣ୍ଟିଫିକ ତଦନ୍ତ ଅନୁସାରେ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *