ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଲହୁଲୁହାଣ ହେଲେ ବ୍ୟବସାୟୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Date:- 22/06/2025Place:- Bhadrak- ଭଦ୍ରକ: ବ୍ୟବସାୟୀଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଘଟଣା ଘଟିଛି ଭଦ୍ରକ ଚରମ୍ପା ଛକ ନିକଟରେ । ଗୁଳିମାଡର ଶିକାର ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ସୂଚନା ଅନୁସାରେ, ସନ୍ଧ୍ୟାରେ ବିଦ୍ୟାଧର ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବାବେଳେ କିଛି ଦୁର୍ବୃତ୍ତ ହଠାତ ଆସି ତାଙ୍କ ଉପରକୁ ଗୁଳିଚଳାଇଥିଲେ। ଲୁଟ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଦୁର୍ବୁର୍ତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ଏଥିରେ ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଗୁରୁତର ଭାବେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *