ଗୋପବନ୍ଧୁ ଙ୍କ ସ୍ବପ୍ନ ର ଓଡ଼ିଶା ବକ୍ତୃତା

ଗୋପବନ୍ଧୁ ଙ୍କ ସ୍ବପ୍ନ ର ଓଡ଼ିଶା ବକ୍ତୃତା ଗଁଦିଆ ରେ ବିଷ୍ଣୁପ୍ରିୟା ପ୍ରଥମ ସ୍ବୟଂ ଦ୍ବିତୀୟ ଓ ସୁମନ ତୃତୀୟ।
ଗଁଦିଆ ବ୍ଳକ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ଦୈନିକ ଖବରକାଗଜ ସମାଜ ତରଫରୁ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ “ଗୋପବନ୍ଧୁ ଙ୍କ ସ୍ବପ୍ନ ର ଓଡ଼ିଶା”ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ସମାଜ ର ଜିଲ୍ଲା ପ୍ରତିନିଧି ଶିଶିର କୁମାର ଶତପଥି, ଗଣମାଧ୍ୟମ ପ୍ରତିନିଧି ସୈାମ୍ଯ ରଞ୍ଜନ ମହାନ୍ତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ, ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ, ଗ୍ରନ୍ଥ ଗାରିକ ଅମର ପ୍ରଧାନ, କାର୍ଯ୍ୟାଳୟ ସହାୟକ ବିଶ୍ବ ଭୂଷଣ ମହାନ୍ତି ଙ୍କ ସହଯୋଗ ରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଜୁନ୍ ମାସ ୨୨ ତାରିଖ ପୂର୍ବାହ୍ନ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ରେ ସହଦେବ ବିଦ୍ଯାପିଠ ସାନ୍ଦାପଶି ପାଟଣା ର ବିଷ୍ଣୁପ୍ରିୟା ଦାସ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଶ୍ବନାଥପୁର ସ୍ବୟଂ ଶେଖର ରଥ ଦ୍ବିତୀୟ ଓ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ର ସୁମନ ନନ୍ଦ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣ ପତ୍ର, ଅର୍ଥ ରାଶି ଓ ଟ୍ରଫି ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ଡଃ ସମୀର କୁମାର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଓ ସେମାନଙ୍କର ଅଭିଭାବକ ମାନଙ୍କୁ ପରିଶ୍ରମ କରି ସଫଳତା ର ଶୀର୍ଷ ସ୍ଥାନ ରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଶତୃଘ୍ନ ସାହୁ, ବିଜୟ କୁମାର ସାମନ୍ତ, ଉପସ୍ଥିତ ଥିବାବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ସଞ୍ଚାଳନ କରିଥିଲେ।