କପ୍ତିପଦା ଉପଖଣ୍ଡସ୍ତରୀୟ ବ୍ରାହ୍ମଣ ମହାସଭାର ୧୯୮ତମ ବୈଠକ

କପ୍ତିପଦା ଉପଖଣ୍ଡସ୍ତରୀୟ ବ୍ରାହ୍ମଣ ମହାସଭାର ୧୯୮ତମ ବୈଠକ
ଉଦଳା,୨୨ା୬ – ଉଦଳା ମହାବିଦ୍ୟାଳୟ ନିକଟସ୍ଥ ମାଉସୀମା’ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇ ନିମ୍ନଲିଖିତ ବିଷୟ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୃହୀତ କରାଗଲା ।
ସଂପାଦକ ରଞ୍ଜନ କୁମାର ପ୍ରହରାଜ ପୂର୍ବ ବିବରଣୀ ପଠନ କରି ବର୍ତ୍ତମାନ ସଂଘର ଆୟବ୍ୟୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସଂଘର ଉନ୍ନତିକରଣ ପାଇଁ ସମସ୍ୟ ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ପ୍ରଭୁ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ଉପଲକ୍ଷେ ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ଦହି ସରବତ ସଂଘ ତରଫରୁ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରିବାର ସିଦ୍ଧାନ୍ତ ନିଆଗଲା । ସେଥିପାଇଁ ଏକ କମିଟି ମଧ୍ୟ ଗଠନ କରାଗଲା ଏବଂ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରାଗଲା । ସଂଘର ସ୍ୱତନ୍ତ୍ର ରେଜିଷ୍ଟ୍ରିକରଣ ହୋଇଥିବାରୁ ସଂଘର ସମସ୍ତ ସଭ୍ୟ ଓ ସଭ୍ୟାମାନେ ଆନନ୍ଦିତ ହୋଇ ସଂଘର ସଂପାଦକ ଓ ସଭାପତିଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ସରୋଜ କୁମାର ପଣ୍ଡାଙ୍କ ମାତା ୰ ସୁଲୋଚନା ପଣ୍ଡାଙ୍କର ଦେହାନ୍ତରେ ସଂଘର ସଭ୍ୟ ଓ ସଭ୍ୟାମାନେ ଦୁଃଖ ପ୍ରକାଶ କରିଥିଲେ । ସଂଘର ସ୍ଥାୟୀ ଗୃହ ପାଇଁ ସଂପାଦକ ରଞ୍ଜନ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଉଦଳା ତହସିଲଦାରଙ୍କୁ ୨୩/୦୬/୨୦୨୫ରେ ସାକ୍ଷାତ କରିବା ପାଇଁ ଏକ ଦଳ ଉଦଳା ତହସିଲଦାରଙ୍କୁ ଦେଖା କରି ଉକ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସିଦ୍ଧାନ୍ତ ନିଆଗଲା ।
ଉକ୍ତ ବୈଠକରେ ବନମାଳୀ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ହରନାରାୟଣ ମହାପାତ୍ର, ମନୋରଂଜନ ପାଠୀ, ମନୋରଞ୍ଜନ ପତି, ସରୋଜ କୁମାର ପଣ୍ଡା, ଶିରିଶ ଚନ୍ଦ୍ର ମହାପାତ୍ର, ରଜତ କୁମାର ପଣ୍ଡା, ତ୍ରିଲୋଚନ ରଥ, ବଂଶୀଧର ପତ୍ରୀ, ରଜତ କୁମାର ମିଶ୍ର, ରମାନାଥ ପାଣିଗ୍ରାହୀ, ସର୍ବେଶ୍ୱର ମହାପାତ୍ର, ପ୍ରଶନ୍ନ କୁମାର ମହାପାତ୍ର, କିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଉଦଳାରୁ ଜାହ୍ନବୀ ପୁଟିଙ୍କ ରିପୋର୍ଟ