ବିଜେପିର ମିଶ୍ରଣ ପର୍ବ

ଭଦ୍ରକ ବ୍ଲକ ଅନ୍ତର୍ଗତ ବେନ୍ତାଳ ପଞ୍ଚାୟତ ର କେଶପୁର ଗ୍ରାମ ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଶହ ଶହ ସଂଖ୍ୟାରେ କର୍ମୀ ଉପସ୍ଥିତିରେ ଗୁଜିଦରଡ଼ା ଗ୍ରାମପଞ୍ଚାୟତ ର ପୂର୍ବତନ ସମିତିସଭ୍ୟ ବିଶ୍ବ ରଞ୍ଜନ ସାହୁ ଙ୍କ ନେତୃତ୍ୱରେ ଏକଶହ ରୁ ଅଧିକ କର୍ମୀ ବିଭିନ୍ୟ ଦଳ ପରିତ୍ୟାଗ କରି ବିଜେପି ରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।

ଶତାଧିକ ଅନ୍ୟ ଦଳର କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଷ୍କର ଚନ୍ଦ୍ର ସାହୁ ମଣ୍ଡଳ ସଭାପତି ପିଣ୍ଟୁ ପଣ୍ଡା ବରିଷ୍ଠ ବିଜେପି ନେତା ଅନିଲ ବେହେରା ପ୍ରମୁଖ ଯୋଗଦେଇ କର୍ମୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ଦଳୀୟ ଟୋପି ପ୍ରଦାନ ପୂର୍ବକ ଦଳକୁ ସ୍ବାଗତ କରିଥିଲେ ।