କୋରେଇ ବିଜେପି ପକ୍ଷରୁ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

କୋରେଇ ବିଜେପି ପକ୍ଷରୁ ଆୟୋଜିତ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ଓ ବରିଷ୍ଠ ବିଜେପି ନେତା ମିଞ୍ଜୁନ ମହାନ୍ତି ଅତିଥିଭାବେ ଯୋଗଦେଇ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l କୋରାଇରେ ବିଜେପିର ପାଣିପାଗ ଦିନ କୁ ଦିନ ପ୍ରତିକୂଳ ପରିବେଶ ଦେଇ ଗତି କରୁଥିବା ବେଳେ ଏହି କାର୍ଯ୍ୟକ୍ରମରେ ଆଜି ଅନେକ ବିଜେଡି କର୍ମକର୍ତ୍ତା ବିଜେପି ଦଳରେ ସାମିଲ ହେଇଥିବା ଦଳ ପକ୍ଷରୁ ସୂଚନା ମିଳିଛି l ବିଜେପିର ନୀତି ଆଦର୍ଶ ତଥା କୋରାଇର ସୁଜନ ଶିଳ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକଙ୍କ କର୍ତ୍ତବ୍ୟ ନିଷ୍ଠାରେ ଅନୁପ୍ରାଣିତ ହୋଇ ବଡବିରୁଆଁ ଗ୍ରାମପଞ୍ଚାୟତର ସରପଞ୍ଚ ତପନ ମାଝୀ, କନ୍ତୋର ଗ୍ରାମପଞ୍ଚାୟତ ସରପଞ୍ଚ ସାରଙ୍ଗ ପ୍ରଧାନ, ସାଦକପୁର ଗ୍ରାମପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା, ପଛିକୋଟ ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ସେଠି ଓ ପାଟରଙ୍ଗା ଗ୍ରାମପଞ୍ଚାୟତର ସମିତି ସଭ୍ୟ କୁଶ ମୁଣ୍ଡାଙ୍କ ସମେତ କୋରେଇ ଅଞ୍ଚଳର ଅନେକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *