ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘର ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ଧାରଣା

Date:- 24/06/2025Place:- Bhadrak:- ନୂତନ ସରକାର ଙ୍କ ଏକବର୍ଷ ପୁତ୍ତିପାଳନ କରୁଥିବାବେଳେ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପାଣିର ଗାର ପାଲଟିଛି। ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମଧ୍ୟ ପ୍ରତାରଣା ପାଲଟିଥିବାର ଅଭିଯୋଗ କରିଛନ୍ତି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଭଦ୍ରକ ଜିଲ୍ଲା ଶାଖା। ୨୦୦୮ ମସିହା ପରବର୍ତୀ ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଦାବି ନେଇ ଆଜି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଭଦ୍ରକ ଜିଲ୍ଲା ପକ୍ଷରୁ ଅଧୂକାର ଯାତ୍ରା-୩ ଓ ୨୬୫ ଦିନ ଅହୋରାତ୍ର ଧାରଣା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଆଜି ମହାସଂଗ୍ରାମ ଆରମ୍ଭ କରିଛନ୍ତି ସଂଘର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ। ରାଜ୍ୟ ସଭାପତି ବିଶ୍ଵରଞ୍ଜନ ଦାସଙ୍କ ତତ୍ବାବଧାନରେ ଅଧୁକାର ଯାତ୍ରା-୩ର ୨୬୫ ଦିନ ଅହୋରାତ୍ର ଧାରଣା ପରେ ସଂଘ ନିଷ୍ପଭି ମୂଳେ ଜିଲ୍ଲାସ୍ତରୀୟ ଏହି ମହାସଂଗ୍ରାମ ଆରମ୍ଭ ହୋଇଛି। ଓଡ଼ିଶା ସରକାର ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ଅନୁଦାନ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଏହିମହାସଂଗ୍ରାମର ଲକ୍ଷ୍ୟ ଅଟେ। ଜିଲ୍ଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍ଧା, ବିକ୍ରମ କୁମାର ପ୍ରଧାନ, ଖଣ୍ଡ ସଂଯୋଜକ କୁମାର ସାହୁ, ଦେବାଶିଷ ମହାନ୍ତି, ସରୋଜ କୁମାର ବାରିକ,ପ୍ରମୁଖଙ୍କ ନେତୃତ୍ୱରେ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି।