ଜିଲ୍ଲାପାଳ ଉଦ୍ଘାଟନ କଲେ ଅବକାରୀ ସମାବେଶ

ଜିଲ୍ଲାପାଳ ଉଦ୍ଘାଟନ କଲେ ଅବକାରୀ ସମାବେଶ

ଭଦ୍ରକ ୨୫-୦୬-୨୦୨୫: ଭଦ୍ରକ ଅବକାରୀ ବିଭାଗ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ନିଶା ନିବାରଣ ସମାବେଶ ଓ କର୍ମଶାଳା ଆୟୋଜିତ କରାଗଲା। ଏହି ସମାବେଶଟିକୁ ମାନନୀୟ ଭଦ୍ରକ ବିଧାୟକ ଶ୍ରୀ ଶିତାଂସୁ ସେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତରାୟ ଧଳା ଧ୍ଵଜ ସହିତ ଉଦ୍ଘାଟନ କଲେ। ଏହି ସମାବେଶରେ ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ର, ଉପ ଅଧିକ୍ଷୀକା ସୁଚରିତା ମିଶ୍ରଙ୍କ ସମେତ, ଜିଲ୍ଲା ସ୍ତରୀୟ ଅନ୍ୟ ଅଧିକାରୀ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସମାବେଶଟି ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଟାଉନ ହଲ ଠାରେ ସମାପ୍ତ ହୋଇଥିଲା ଏବଂ ଟାଉନ ହଲ ଠାରେ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ନିଶାକୁ ବର୍ଜନ କରି ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିବା ଥିଲା ଏହି ସମାବେଶର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମଟି ଅବକାରୀ ବିଭାଗର ଚଳିତ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ସଚେତନତା କାର୍ଯ୍ୟକ୍ରମର ଏକ ଭାଗ। ଏହି ଅବସରରେ ଆମ ସଂକଳ୍ପ ସଚେତନତା ରଥଟି ମଧ୍ୟ ଏଠାରେ ବୁଲି ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ଏହା ସହିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚିତ୍ରାଙ୍କନ, ନିବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗୀତା ର ମଧ୍ୟ ଆୟୋଜନ ହୋଇଥିଲା ଯେଉଁଥିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନୁ ଅଂଶ ଗ୍ରହଣ କରିଥିଲେ।ଭଦ୍ରକ ଜିଲ୍ଲାରେ ୩୧ ମେ ୨୦୨୫ ଠାରୁ ଅବକାରୀ ବିଭାଗର ସଚେତନତା କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେଉଅଛି ଓ ଦୁଇଟି ସଚେତନତା ରଥଦିନ ରାତି ବୁଲି ସଚେତନତା ବାର୍ତ୍ତା ପ୍ରସାର କରୁଛନ୍ତି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ପିଲାମାନଙ୍କ ମାଧ୍ୟମରେ ଏହି ଅପମିଶ୍ରିତ ମାଦକ ଦ୍ରବ୍ୟ ଓ ବେଆଇନ ମଦ ବର୍ଜନ କରିବାର ବାର୍ତ୍ତା ସମାଜରେ ଭଲଭାବରେ ପ୍ରସାରିତ ହୋଇପାରିବ।

Leave a Reply

Your email address will not be published. Required fields are marked *