ଗଣମାଧ୍ୟମ ବିବରଣୀ

*ଗଣମାଧ୍ୟମ ବିବରଣୀ**ବୋଉ ଫାଉଣ୍ଡେସନର ହାସ୍ୟବ୍ଯଙ୍ଗ କାର୍ଯ୍ୟକ୍ରମ**”ଷାଠିଏ ଫଗୁଣ ପରେ”*ଶାରୀରିକ ଏବଂ ମାନସିକ ସ୍ତରରେ ଥିବା ନିଃସଙ୍ଗ ବୟସ୍କମାନଙ୍କ ପ୍ରତି ସମ୍ପର୍ପିତ ବୋଉ ଫାଉଣ୍ଡେସନ, ଚଳିତ ବର୍ଷ ଠାରୁ ବୟସ୍କଙ୍କ ଅବସାଦମୁକ୍ତ ଜୀବନ ପାଇଁ ଏକ ହାସ୍ୟବ୍ୟଙ୍ଗ ଭରା ଅଭିନଵ କାର୍ଯ୍ୟକ୍ରମ “ଷାଠିଏ ଫଗୁଣ ପରେ” ନିୟମିତ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ll ଏହି କ୍ରମରେ ଜୁନ ୨୫ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନରେ ସନ୍ଧ୍ୟା ରେ “ଷାଠିଏ ଫଗୁଣ ପରେ” କାର୍ଯ୍ୟକ୍ରମ ର ପ୍ରଥମ ଅର୍ଘ୍ୟ ଭେଟିଦେଇଛି ବୋଉ ଫାଉଣ୍ଡେସନ llଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଦାସ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ତଥା ଅଭିନେତା ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ହସ ଆଜିର ସମାଜରେ ଦୁର୍ଲଭ ପଦାର୍ଥରେ ପରିଣତ ହୋଇଯାଇଛି ଏବଂ ହସ ଦାନ ଠାରୁ ମହତ ଦାନ ବୋଧେ ଏ ଦୁନିଆରେ କିଛି ନାହିଁ । ସମ୍ମାନୀତ ଅତିଥି ଭାବେ ଅଭିନେତା ତତ୍ତ୍ ପ୍ରକାଶ ଶତପଥୀ (ପପୁ ପମପମ୍) ମୁଖ୍ୟବକ୍ତା ଭାବେ, ବରିଷ୍ଠ ସାହିତ୍ୟିକା ଡଃ ସଂଘମିତ୍ରା ମିଶ୍ର ଯୋଗ ଦେଇ ହାସ୍ୟ-ବ୍ଯଙ୍ଗ ଉପରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ଶ୍ରୀଯୁକ୍ତ ବୈଷ୍ଣବ ମହାନ୍ତି, ପିପିଏଲ ର କର୍ପୋରେଟ ମୁଖ୍ୟ ଶ୍ରୀଯୁକ୍ତ ସୁଧୀରଞ୍ଜନ ମିଶ୍ର ଯୋଗଦେଇ ଯୋଗ ଦେଇ ହାସ୍ୟବ୍ଯଙ୍ଗକୁ ଏକ ମହୌଷଧି ଭାବେ ଉପସ୍ଥାପନା କରିଥିଲେ ।କାର୍ଯ୍ୟକ୍ରମର ପରିକଳ୍ପକ ଏବଂ ରଚୟିତା ଶ୍ରୀଯୁକ୍ତ ଜ୍ଞାନ ହୋତାଙ୍କୁ ଉପସ୍ଥିତ ଅତିଥି ଏବଂ ଦର୍ଶକ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଉପସ୍ଥିତ ବହୁ ବରିଷ୍ଠ ନାଗରିକ ତଥା ମାନ୍ୟଗଣ୍ୟ ବକ୍ତି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ll ବୋଉ ଫାଉଣ୍ଡେସନ ପ୍ରତିଷ୍ଠାତା ଅତିଶ ମହାନ୍ତି ସଭା ସଂଚାଳନ କରିଥିଲେ llକାର୍ଯ୍ୟକ୍ରମ ପ୍ରାରମ୍ଭରେ ନବଗଠିତ ରାଜ୍ୟ ବରିଷ୍ଠ ନାଗରିକ ମହିଳା ମହାସଂଘର କାର୍ଯକାରୀ ପରିଷଦ ମାନନୀୟା ସଦସ୍ୟା ମାନଙ୍କୁ ଙ୍କୁ ବୋଉ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ଜନନେତା ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ଗୋଲକ ମହାପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ମଧୁମାଧବ ଜେନା, ଅବସରପ୍ରାପ୍ତ ପୁଲିସ ଅଧିକାରୀ ସଂଘ ସଭାପତି ଶ୍ରୀ ସୂର୍ଯ୍ୟମଣୀ ତ୍ରିପାଠୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ll

ପରିଶେଷରେ ସୁଲଗ୍ନା ଏବଂ ଜ୍ଞାନ ହୋତା ସହିତ “ଷାଠିଏ ଫଗୁଣ ପରେ” କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶ୍ରୀମତୀ ଛନ୍ଦା ମିଶ୍ର, ଡ଼ଃ. କୁଳାଙ୍ଗାର, ଶ୍ରୀମତୀ ନମିତା ହୋତା, ଶ୍ରୀ ରବୀନ୍ଦ୍ର ରାଉତ, ଶ୍ରୀ ବିଭୂମିଶ୍ର, ଶ୍ରୀ ପ୍ରିୟବ୍ରତ ପଣ୍ଡା, ଶ୍ରୀ ଏସ. ଶ୍ରୀନିବାସ ରାଓ, ଶ୍ରୀ ଦେବାଶିଷ ମହାପାତ୍ର, ନମିତା ହୋତା, ଶ୍ରୀ ଶରତ ନାୟକ, ll କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ସରୋଜ ଶତପଥୀଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ମହିଳା ମହାସଂଘ ଉପସଭାପତି ଶ୍ରୀମତୀ କବିତା ମହାନ୍ତି, ସାଧାରଣ ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ଦାଶଙ୍କ ସହିତ ଏହି କାର୍ଯ୍ୟକ୍ରମକୁ ବୋଉ ଫାଉଣ୍ଡେସନର ଟ୍ରଷ୍ଟି ଆତ୍ମଜା ମହାନ୍ତି ଏବଂ ବୋଉ ଫାଉଣ୍ଡେସନର ଅନେକ ସହଯୋଗୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *