ନବଯୌବନ ଦର୍ଶନରେ ଚକାନୟନ

ନବଯୌବନ ଦର୍ଶନରେ ଚକାନୟନ
🔹କବିରତ୍ନ ନୁତନ କୁମାର ବେହେରା
ଆହେ ପ୍ରଭୁ ମୋହନ ମୁରଲୀଧର
ତୁମେ ବିଶ୍ଵ ବ୍ରହ୍ମାଣ୍ଡେ ବଡ଼ ଠାକୁର,
ତୁମ ରୂପ କି ସୁନ୍ଦର ମନୋହର
ଦେଖି ଦୁଇ ଆଖି ଲାଖି ଯାଏ ମୋର। ଘୋଷା।
ନବଯୌବନ ଦର୍ଶନରେ ଚକାନୟନ
ଦେଖା ଦିଅ ପ୍ରଭୁ ମଧୁସୂଦନ,
ମନ ହୁଏ ଉଚ୍ଛନ୍ନ ଅସ୍ଥିର ଭକ୍ତ ପ୍ରାଣ
ଜଗମୋହନ ଜଗତ ଜୀବନ।
ଚତୁର୍ଦ୍ଧା ମୂରତି ବେଶ ଯେ ନବଯୌବନ
ସ୍ବଂୟ ବିଜେ ହୋଇ ଦିଅ ଦର୍ଶନ,
ବଡ଼ଦାଣ୍ଡେ ବଡ଼ ଭିଡ଼ ଶ୍ରଦ୍ଧାଳୁ ସୁଜନ
ଦେଖିଲେ ପବିତ୍ର ହୁଏ ନୟନ।
ଆହେ ପ୍ରଭୁ ମୋହନ ମୁରଲୀଧର…….
ପନ୍ଦର ଦିନ ଥିଲ ସେ ଅଣସର ଘରେ
ଚହଳ ପଡି଼ଲା ଶ୍ରୀମନ୍ଦିରରେ,
ପ୍ରଭୁ ଶ୍ରୀଜଗନ୍ନାଥ ଶୋଇଥିଲ ଜ୍ଵରରେ
ବୈଦ୍ୟ ସେବକ ସେବିଲେ ଯତ୍ନରେ।
ଦଶମୂଳ ପାଚକର ଭୋଗ ହେଲା ପରେ
ଜ୍ଵର ଚାଲି ଗଲା ବହୁତ ଦୂରେ,
ପ୍ରଭୁ ବିଜେ ହୋଇଲ ରତ୍ନ ସିଂହାସନରେ
ଶାନ୍ତ ହୁଏ ମନ ଦେଖି ଆଖିରେ।
ଆହେ ପ୍ରଭୁ ମୋହନ ମୁରଲୀଧର……
ଚଢି଼ ନନ୍ଦିଘୋଷ ଯିବ ଶ୍ରୀଗୁଣ୍ଡିଚା ପୁରେ
ଭାଇ ଭଉଣୀ ରହିବେ ସାଥୀରେ,
କେତେ ଶୋଭାମୟ ଦୃଶ୍ୟ ସାରା ଜଗତରେ
ଦୁଃଖ ଚାଲିଯାଏ ଦେଖିଲେ ଥରେ।
ନବଯୌବନ ରୂପ ସବୁରି ମନ ହରେ
ଘୋଷ ଯାତ୍ରା କର କି ଆନନ୍ଦରେ !
ମଣିମା ମାନବ ଲୀଳା କର ଏ ମହୀରେ
ଜୀବ ତରେ ତୁମରି ଆଶିଷରେ।
ଆହେ ପ୍ରଭୁ ମୋହନ ମୁରଲୀଧର……
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨