ଲୋକଙ୍କ ଭରସା ତୁଟାଉଛି ଭଦ୍ରକ ପୁଲିସ ଚୋରିକୁ ଅଣଦେଖା

ଲୋକଙ୍କ ଭରସା ତୁଟାଉଛି ଭଦ୍ରକ ପୁଲିସ ଚୋରିକୁ ଅଣଦେଖା, ଚୋରଙ୍କୁ ଅନୁକମ୍ପା
ଭଦ୍ରକ, : ଗାଁରୁ ସହର ସବୁଠି କଳାକନା ବୁଲାଉଛନ୍ତି ଚୋର। ଘରେ କେହି ନ ଥିଲେ ମିଳିଛୁ ତାଙ୍କୁ ମଉକା । କବାଟ, ଗ୍ରୀଲ ତାଡ଼ି ଲୁଟି ନେଉଛନ୍ତି ଟଙ୍କା, ଅଳଙ୍କାର। ଏଭଳି ଚୋରି ସମ୍ପର୍କିତ ମାମଲା ଥାନାକୁ ଆସୁଛି। ପୁଲିସ କେବଳ ମାମଲା ରୁଜୁ କରୁଛି। ବହୁ ବିଳମ୍ବରେ ଯାଇ ପ୍ରାଥମିକ ତଦନ୍ତ କରୁଛି। ବଡ଼ ଚୋରି ହୋଇଥିଲେ କୁକୁର ଧରି ବୁଲି ଆସୁଛି। ସେଇଠୁ ତଦନ୍ତ ସରୁଛି। ଗୋଟିଏ ବି ଚୋରିର ପର୍ଦାଫାସ କରିପାରୁନି ଜିଲ୍ଲା ପୁଲିସ। ଏଭଳି ଚୋରିକୁ ଅଣଦେଖା କରି ଆସୁଛି ସହରରେ ଥିବା ୩ ପୁଲିସ ଥାନା। ଚୋରଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି। ଗତ ୬ ମାସ ଭିତେର ଭଦ୍ରକ ଗ୍ରାମାଞ୍ଚଳ ଥାନା, ସଦର ଥାନା ଓ ପୁରୁଣା ବଜାର ଥାନା ଅଞ୍ଚଳରେ ୨୦ରୁ ଅଧିକ ଚୋରି ହୋଇଛି। ମନ୍ଦିର ଚୋରିଠାରୁ ଆରମ୍ଭକରି ଘରୁ ଚୋରି ହୋଇଛି । ସେସବୁ ଚୋରିର ଟେର ପାଉନି ପୁଲିସ ପୁଲିସ। ଯେଉଁଥିପାଇଁ ଚୋରି ମାମଲା ଏବେ ଡକାୟତି ରୂପ ନେଇଛି ରାଣୀତାଲରେ ସଟର କାଟି ଲୁଟିବା ହେଉ ବା ଚରମ୍ପାରେ ଦୁଇ ଥର ଗୁଳିକାଣ୍ଡ। ସବୁକିଛି ପୁଲିସର ନିଷ୍କ୍ରିୟତାରୁ ବଢୁଥିବା ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହୋଇଛି।ଅଧୀନ ଆରଡ଼ି ଛକରୁ ନଣନ୍ଦ-ଭାଉଜଙ୍କ ଘରୁ ଜୁନ ୧୧ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା କୋଟିଏ ଟଙ୍କାର ଅଳଙ୍କାର ଚୋରି ହେଲା। ୯୦ ଭରି ସୁନା ସମେତ ଅନ୍ୟାନ୍ୟ ସାମଗ୍ରୀ ଓ ନଗଦ ଟଙ୍କାକୁ ଚୋର ପଶି ନେଇଗଲେ। ଭଡ଼ା ଘରେ ରହୁଥିବା ଏହି ନଣନ୍ଦ ଭାଉଜ ତାଲା ପକାଇ ନିଜ ଗାଁକୁ ଚାଲି ଯାଇଥିଲେ। ଚୋରି ହେବା ନେଇ ଘର ମାଲିକ ଖବର ଦେଲେ। ଫେରିଆସି ଆଉ ଘରେ କିଛି ନ ଥିବା ଦେଖିବାକୁ ପାଇଥିଲେ। ଜଣେ ଅଧ୍ୟାପିକା ଓ ଆଉ ଜଣେ ଶିକ୍ଷୟିତ୍ରୀ। ଜଣଙ୍କ ସ୍ବାମୀ ସିଆରପିଏଫ ଯବାନ। ଅନ୍ୟ ଜଣେ ଓକିଲ। ଏଭଳି ଚୋରି ନେଇ ଅଭିଯୋଗ ହେଲା। ଧର୍ମକୁ ଆଖିଠାର ଭଳି ତଦନ୍ତ ହେଲା। ନା ଚୋରି ସାମଗ୍ରୀ ଉଦ୍ଧାର ହେଲା ନା ଚୋରଙ୍କ ପତ୍ତା ପାଇ ପାରିଲା ପୁଲିସ । ଏତେବଡ଼ ଚର୍ଚ୍ଚିତ ଚୋରିକୁ ପର୍ଦାଫାସ କରିବାରେ ଗ୍ରାମାଞ୍ଚଳ ଥାନା ପୁଲିସ ବିଫଳ ହେଲା । ସେହିଭଳି ଗତ ୬ ମାସ ପୂର୍ବରୁ ଭଦ୍ରକ ଚାରି ଘରିଆ ଅଞ୍ଚଳର ଶିକ୍ଷକଙ୍କ ଘରୁ ଚୋରି ମାମଲା ଶିଥୁଳ ପଡ଼ିଯାଇଛି। ରାନ୍ଦିଆ ହୋଇଥିବା ଅଳଙ୍କାର ଓ ଟଙ୍କା ସମ୍ପୃକ୍ତ ଘର କୁରଣ୍ଟ ଅଞ୍ଚଳରେ ବି ଗୋଦ୍ରେଜ କାଟି ଚୋରି ମାଲିକ ପାଇ ପାରି ନାହାନ୍ତି। ପୁଲିସ ଭରସାରେ ରହିଛନ୍ତି। ପୁଣି ମେ ୩୧ ତାରିଖରେ ରାଣୀତାଲ ବଜାରରୁ ଅଳଙ୍କାର ଦୋକାନ ଲୁଟ୍ ଉଦ୍ୟମର ପୁଲିସ ଡକାୟତଙ୍କ ନିକଟରେ ପହଞ୍ଚି ପାରିନି। ଔଷଧ ଦୋକାନରୁ ଟଙ୍କା ଚୋରି କରି ଲୁଟେରା ଫେରାର ହେବାର କିଛି ସୁରାକ ପୁଲିସକୁ ମିଳିନି। ସେହିଭଳି ଜୁନ ୨୪ ତାରିଖ ରାଣୀତାଲ ବଜାରରୁ ପୁଣି ଡକାୟତି ହୋଇଛି । ମା’ ତାରିଣୀ ଜୁଏଲାର୍ସ ସଟର ତାଡ଼ି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଛି। ସେହିଭଳି ସହରରେ ଦୁଇଟି ଗୁଳିକାଣ୍ଡ ଘଟିଛି। ଅକ୍ଟୋବର ୨୩ ତାରିଖ ଶାଗି ଜୁଏଲାର୍ସ ମାଲିକ ଘର ସମ୍ମୁଖରେ କାରରୁ ଓହ୍ଲାଇ ଗେଟ ଖୋଲୁଥିବାବେଳେ ବନ୍ଧୁକ ଦେଖାଇ ବ୍ୟାଗ ଝାମ୍ପିଥିଲେ। ତାଙ୍କୁ ଆକ୍ରମଣ କରିଥିଲେ। ସେହି ମାମଲାର ପୁଲିସ କିଛି ପାଇ ପାରିଲାନି । ଲୁଟେରା ପୁଲିସ ଆଖିରେ ଧୂଳି ଦେଇ ପାର ପାଇ ଗଲେ। ଏବେ ଜୁନ ୨୨ରେ ଗୋ ଖାଦ୍ୟ ବ୍ୟବସାୟୀ ନେଇଥିବା ଅଭିଯୋଗ ହୋଇଛି। ଗୁରୁତର ବିଦ୍ୟାଧର ପାତ୍ରଙ୍କୁ ଗୁଳି ମାରି ଟଙ୍କା ଥଳି ଝାମ୍ପି ବିଦ୍ୟାଧର ଗୁଳି ସହ ଭୁବନେଶ୍ଵର ଗଲେ। ଶରୀରରୁ ଗୁଳି ବାହାରିଲା । ଏହି ଚର୍ଚ୍ଚିତ ଗୁଳିକାଣ୍ଡ ଉପରୁ ଏବେ ବି ପରଦା ହଟିନି। କେବଳ ଘରୁ ଚୋରି ନୁହଁ, ମନ୍ଦିରକୁ ବି ଚୋର ଟିଗେଟ କରୁଛନ୍ତି । ୬ ମାସ ତଳେ ଚରମ୍ପା ଅଞ୍ଚଳର ବରାଳ ପୋଖରୀ, ବଉଳ ପୋଖରୀ ଓ ବେଲମେଳା ଆଦି ଅଞ୍ଚଳର ୫ଟି ମନ୍ଦିରରୁ ଚୋରି ହୋଇଥିଲା। ସେହିଭଳି ଗତସପ୍ତାହରେ ଭଦ୍ରକ ନୂଆ ବଜାର ଅଞ୍ଚଳର କ୍ଷମା ସାଗର ମଠରୁ ଚୋରି ଉଦ୍ୟମ ହୋଇଥିଲା। କୌଣସି ଘଟଣାରେ ପୁଲିସ ସାମାନ୍ୟ ଖିଅ ପାଇନି । ଯଦ୍ୱାରା ସହରରେ ଚୋରିକୁ ଅଣଦେଖା କରିବା ଦ୍ଵାରା ଏବେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଚୋରଙ୍କ ସାହସ ବଢି ବଢି ଚାଲିଛି ।