କିଶୋର ପ୍ରସାଦରେ ବର୍ଷାର ତାଣ୍ଡବ,ଭୂଷୁଡିଲା ସ୍କୁଲ ପାଚେରୀ, ଭାଙ୍ଗିଲା ମନ୍ଦିର ଦଧି ନୀତି

କିଶୋର ପ୍ରସାଦରେ ବର୍ଷାର ତାଣ୍ଡବ,ଭୂଷୁଡିଲା ସ୍କୁଲ ପାଚେରୀ, ଭାଙ୍ଗିଲା ମନ୍ଦିର ଦଧି ନୀତି

ଗଣିଆ – ପ୍ରବଳ ବର୍ଷା ଘଡଘଡିରେ ଗଣିଆରେ ପ୍ରବଳ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ଗଣିଆ ବ୍ଳକ କିଶୋର ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭୂଷୁଡି ପଡ଼ିଛି । ପ୍ରାୟ ୧୦୦ ଫୁଟ ପର୍ଯ୍ୟନ୍ତ ପାଚେରୀ ଭୁଷୁଡି ପଡିଥିବା ବେଳେ ସକାଳୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳରାମ ବେହେରା ବିଦ୍ୟାଳୟ ପରିସରରେ ପହଞ୍ଚି ତଦାରଖ କରିଛନ୍ତି । ସେହିପରି କିଶୋର ପ୍ରସାଦ ନୃସିଂହ ମନ୍ଦିର ଦଧିନଉତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଛି । ଇନ୍ଦିପଟା ବିଶ୍ବନାଥ ମନ୍ଦିର ପରିସରରେ ବର୍ଷା ପାଣି ଲହଡ଼ି ମାରୁଥିବା ବେଳେ ଇନ୍ଦିପଟା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଜମି ରହିଛି । ବର୍ଷାର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ବର୍ଷା ହେବାର ୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପାଣି ଲହଡ଼ି ମାରୁଛି । ମନ୍ଦିର ପରିସରକୁ ପୂଜାର୍ଚ୍ଚନା କରିବାକୁ ଯିବା ଅସମ୍ଭବ ହୋଇପଡିଛି । ଲଗାଣ ବର୍ଷାର ପ୍ରଭାବରେ ଗଣିଆରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଜଣାପଡିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *