କାକଟପୁର ଓ ଅସ୍ତରଙ୍ଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ମାରାଥନ ଶିଳାନ୍ୟାସ

କାକଟପୁର- କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦ୍ଵାରା ମାରାଥନ୍ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ନୁଆହାଟ ନିକଟରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ବାଇକ୍ ଶୋଭାଯାତ୍ରାରେ କାକଟପୁର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। କାକଟପୁରରେ ମନ୍ତ୍ରୀ ଶ୍ରୀ ନାଏକଙ୍କ ସହିତ ଜଗସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ବ୍ଳକ୍ ଅଧକ୍ଷ ଶ୍ରୀଧର ନାୟକ କାକଟପୁର ବ୍ଳକ୍ ଛକରୁ ପାଟସୁନ୍ଦରପୁର ଗ୍ରାମ ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ ଦେଇଥିଲେ। ୫.୪୨ କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ୭କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପରେ ପରେ ଅସ୍ତରଙ୍ଗ କଲେଜ୍ ପଡିଆରେ ଏକ ବିଶାଳ ଜନ ସମାବେଶରେ ବ୍ଲକ ପ୍ରଶାସନ ପକ୍ଷରୁ ସାଧାରଣ ସଭା ଆୟୋଜନ କରାଯାଇଥିଲା। ବିଜେପି ନେତା ଦିବାକର ଛଟୋଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ବ୍ଳକ୍ ଅଧକ୍ଷା ଆରତୀ ନାଏକ, ବିଡ଼ିଓ ସସ୍ମିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଞ୍ଜୁରୀ ହୋଇଥିବା ୪ଟି ରାସ୍ତା ଓ ଏକ ନଦୀ ସେତୁ ପାଇଁ ମୋଟ ୪୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଯାହାକୁ ସେଠାରେ ଅତିଥି ମାନେ ସାମୁହିକ ଭାବେ ଶିଳାନ୍ୟାସ ଲୋକାର୍ପଣ କରିଥିଲେ। ଏଥି ସହିତ ଅସ୍ତରଙ୍ଗ ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ମଧ୍ଯ ଶୁଭ ଉଦ୍ଘାଟନ କରାଯାଇଥିଲା।

କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *