ରାଜ୍ୟ କଂଗ୍ରେସ କମିଟିର ଜଗତସିଂହପୁର ଜିଲ୍ଲା ଗସ୍ତ

ରାଜ୍ୟ କଂଗ୍ରେସ କମିଟିର ଜଗତସିଂହପୁର ଜିଲ୍ଲା ଗସ୍ତ

-ଏରସମା ବ୍ଲକ ଢ଼ିଙ୍କିଆ, ନୁଆଗାଁ ଓ ଗଡ଼ କୁଜଙ୍ଗ ପଞ୍ଚାୟତରେ ଶିଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରଦେଶ କଂଗ୍ରେସ କମିଟି ନିର୍ଦେଶ କ୍ରମେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ଢ଼ିଙ୍କିଆ ଠାରେ ପହଞ୍ଚି ବିସ୍ଥାପିତ ମାନଙ୍କ ସହିତ ଆଲୋଚନା କରିଥିଲେ । କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ପରିବେଶ ଓ ବିସ୍ଥାପିତ କମିଟିର ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ସ୍ଥାନୀୟ ଜିଲ୍ଲା ପରିଷଦ ପିନାକୀ ଦାଶ, ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ନଳିନୀ କାନ୍ତ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଏହି ତିନୋଟି ପଂଚାୟତରେ ଶିଳ୍ପ ପାଇଁ ବ୍ୟାପକ ଲୋକ ବିସ୍ଥାପିତ ହେବା ସହିତ ଜୀବନ ଜିବିକା ହରାଇଥିବା ଲୋକମାନଙ୍କୁ ଭେଟିଥିଲେ । ଏହା ସହିତ କମିଟି ଗ୍ରାମସଭା ମାଧ୍ୟମରେ ଲୋକ ମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ଓ ସରକାର ସ୍ଥାନୀୟ ଲୋକମାନଙ୍କୁ ଥଇଥାନ କରିବାକୁ ପ୍ରାଥମିକତା ଦେଇ ଶିଳ୍ପ ନିର୍ମାଣ କରନ୍ତୁ ବୋଲି କହିଛି କମିଟି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *