ପାଞ୍ଚ ବର୍ଷରେ ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ପାଞ୍ଚ ବର୍ଷରେ ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର ତା ୨୬/୦୬/୨୦୨୫
ଆଗାମୀ ପାଞ୍ଚ ବର୍ଷରେ ସମଗ୍ର ରାଜ୍ୟରେ ଓଡ଼ିଶା ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ନିଗମର ଏକ ବୈଠକରେ ଏହାର ପରିଚାଳନା ନିର୍ଦ୍ଦେଶକା ଶ୍ରୀମତୀ ସ୍ଵଧା ଦେବ ସିଂ, ଆଇ. ଏ. ଏସ ଘୋଷଣା କରିଛନ୍ତି। ପ୍ରତି ଜିଲ୍ଲାର ସମସ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନଙ୍କର ମାସିକ ବୈଠକରେ ଯୋଗଦେଇ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ସବିଶେଷ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ଵାରା ସ୍ଥିରୀକୃତ ହୋଇଥିବା ଏହି ପାଞ୍ଚ ବର୍ଷିଆ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ଗତିକୁ ତ୍ୱରିତ କରିବା, ନୂତନ ନିଯୁକ୍ତି ପାଇଁ ପଦକ୍ଷେପ ନେବା, ତ୍ୱରିତ ନିଷ୍ପତ୍ତି ନେଇ ସମସ୍ତ ଟେଣ୍ଡର ପ୍ରକ୍ରିୟାକୁ ସମାପନ କରିବା, ବିଭିନ୍ନ ସ୍ତରରେ ଦେଖା ଦେଉଥିବା ସମସ୍ୟା ସବୁର ଯଥା ଶୀଘ୍ର ସମାଧାନ କରିବା, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ର ବକେୟା ପ୍ରାପ୍ୟ କୁ ତୁରନ୍ତ ପ୍ରଦାନ କରିବା, ହାୟର ପେନସନ ବ୍ୟବସ୍ଥା ପାଇଁ ଆର. ପି. ଏଫ୍ କମିଶନ ସହିତ କଥାବାର୍ତ୍ତା କରି ସମାଧାନ ର ବାଟ ଭଳି ଅନେକ ବିଷୟରେ ଶ୍ରୀମତୀ ସିଂ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକ ରେ ନିଗମର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ବିଚିତ୍ର କୁମାର ସାମଲ ଓ ନିଗମର ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପଠାଣି ରାଉତ
ସୂଚନା ଅଧିକାରୀ

Leave a Reply

Your email address will not be published. Required fields are marked *