ପବିତ୍ର ରଥଯାତ୍ରା

ପବିତ୍ର ରଥଯାତ୍ରା

✍️କବିରତ୍ନ ନୂତନ କୁମାର ବେହେରା

ଓଡ଼ିଆ ଜାତିର ଆରାଧ୍ୟ ଠାକୁର
                  ତୁମେ ହେ ଶ୍ରୀକ୍ଷେତ୍ରମଣି,
ତୁମେ ଜଗନ୍ନାଥ ତୁମେ ବିଶ୍ବନାଥ
                      ତୁମକୁ ମୋର ମାଗୁଣି,
ମନରେ ଭାବନା ହୃଦୟେ ଭକତି
                      କରୁଛି ହେ ନୀଳମଣି।
ଦେଖିବାକୁ ତୁମର ରଥ ଯାତରା
                     ଉଚ୍ଛନ୍ନ ହୁଏ ମୋ ମନ,
ବରଷକେ ଥରେ ଶ୍ରୀମନ୍ଦିର ଛାଡ଼ି
                   ଆସ ହେ ପତିତ ପାବନ,
ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା
                      ସଙ୍ଗତେ କର ଗମନ।
କି ସୁନ୍ଦର ତୁମ ଶୋଭା ଶିରୀ ଘେନି
                     ତିନି ରଥେ ହୁଅ ବିଜେ,
ନନ୍ଦିଘୋଷ ତାଳଧ୍ଵଜ ଦୁଇ ରଥ
                  ତୁମ ବେନି ଭାଇଙ୍କ ଯେ,
ଭଉଣୀର ଦେବଦଳନ ରଥଟି
                   ମଝିରେ ଥାଏ ମଉଜେ।
ବଡ଼ଦାଣ୍ଡେ ବଡ଼ଭିଡ଼ ସର୍ବଜନେ
                     ଦେଖନ୍ତି ତୁମ ଯାତରା,
ଯାଅ ତୁମେ ଶ୍ରୀଗୁଣ୍ଡିଚାଙ୍କ ମନ୍ଦିରେ
                     ଏ ଯାତ ତୁମ ନିଆରା,
ଦେଖି ଆତ୍ମା ଶାନ୍ତି ନୟନ ପବିତ୍ର
                     କରିଥାନ୍ତି ବିଶ୍ଵସାରା।
ଜାତି ଧର୍ମ ବର୍ଣ୍ଣ ସକଳଙ୍କୁ ତୁମେ
                       ଆସି ଦିଅ ଦରଶନ,
ଆଶିଷ ପ୍ରଦାନେ ସବୁରି କଲ୍ୟାଣେ
                       ରତ ଥାଅ ଜନାର୍ଦ୍ଦନ,
ତୁମେ କୃପାସିନ୍ଧୁ ଦୟାର ସାଗର
                      ଭକ୍ତ ଜନର ଜୀବନ।
ଦେଖି ତୁମ ରଥଯାତ୍ରା ମିଳେ ତୃପ୍ତି
                     ଧନ୍ୟ ହୁଏ ଧରାଧାମ,
ଜଗତ ଠାକୁର ଜଗତ ଜନର
                     ତୁମେ ସଭିଙ୍କ ପରମ,
ଥାଉ ତୁମ ଶୁଭେଚ୍ଛାର ଶୁଭଦୃଷ୍ଟି
                ତୁମ ପାଦେ ମୋ ପ୍ରଣାମ।
    
         କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *