୩ ଦିନିଆ ଗୋଟିପୁଅ ନୃତ୍ୟ ମହୋତ୍ସବ ଉଦଘାଟିତ

ସାକ୍ଷୀଗୋପାଳ,୨୪/୪– ଐତିହ୍ୟ ଗ୍ରାମ ପୁରୀଜିଲ୍ଲା ରଘୁରାଜପୁରରେ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଦାସ ୮ମ ବାର୍ଷିକ ଗୋଟିପୁଅ ନୃତ୍ୟ ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଦଶଭୂଜା ଗୋଟିପୁଅ ନୃତ୍ୟ ପରିଷଦ ପକ୍ଷରୁ ଆୟୋଜିତ ପାରମ୍ପରିକ ନୃତ୍ୟ ସଙ୍ଗୀତ ରେ ଭରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅନୁଷ୍ଠାନ କଳାକାର ମାନେ” ଦଖୋଗୋ ରାଧାମାଧବ ଚାଲି ” ଗୋଟିପୁଅ ପୃତ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଘଣ୍ଟ, ମର୍ଦଳ, ବୀର ଖାହାଳୀ, ଆଲଟ, ଚାମଳ, ମଶାଲ, ଛତିତ୍ରାସ ସହିତ ନୃତ୍ୟ ପରିଵେଷଣ କରିଯିଲେ। ମୁଖ୍ୟତିଥି ଭାବରେ ଅନୁଷ୍ଠାନର ଉପଦେଷ୍ଟା ଉତ୍କଳ ଵିଶ୍ବବିଦ୍ୟାଳୟର ପ୍ରାତ୍କନ କୁଳପତି ପ୍ର ବିନାୟକ ରଥ, ସମ୍ମିନିତ ଅତିଥି ଭାଭରେ ହଞ୍ଚ ନିର୍ଦେଶକ ପଦ୍ମଭୁଷଣ ଗୁରୁ ରାଜୀବ ସେଟ୍ଟି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ଵେହେରା, ସଂପାଦକ ସେବେନ୍ଦ୍ଳ ଦାସ, କୋଷାଧ୍ୟକ୍ଷ ନାରାୟଣ ଦାସ ଯୋଗଦେଇ କଳା ସଂସ୍କୃତି ର ବିକାଶ ନିମନ୍ତେ ଦିଗରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗୁରୁ ମାଗୁଣି ଦାସ ସମ୍ମୁଖୀନ ପଦ୍ମଶ୍ରୀ ରାଜୀବ ସେଟ୍ଟିଙ୍ଖୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜସ୍ଥାନ କଳାକନା ମାନେ ଚକି ନୃତ୍ୟ ପରିବେଷଣ କରିଥିଲେ। ପୁରୀ ମାଲଖମ୍ବ, ମଣିପୁର ଲୋକନୃତ୍ୟ, ପୁରଲିଆ ଛଊନୃତ୍ୟ ପରିଵେଷଣ କରାଯାଇଥିଲା। ସଂଜୋଯନା କରିଥିଲେ ସତ୍ୟପ୍ରିୟ ମହାନ୍ତି। ମହତ୍ସୋବ କମିଟିର ସଂଜୋଯକ ବସନ୍ତ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।