ପୁରୀରେ ଆମ୍ବୁଲାନ୍ସ ଲୋକାର୍ପିତ

ପୁରୀ- ତା.୨୯.୦୪.୨୦୨୨- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଉକ୍ତ ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପର୍ଟୋ ବ୍ୟବସ୍ଥା ରହିଛି । ଉକ୍ତ ଆମ୍ବୁଲାନ୍ସର ପରିଚାଳନାଗତ ଖର୍ଚ୍ଚ ରେଡକ୍ରସ ପକ୍ଷରୁ ବହନ କରାଯିବ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯିବ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡଃ ପ୍ରଣବ ପ୍ରକାଶ ଦାଶ, ଆଇସିଆଇସିଆଇ ବ୍ୟାଙ୍କ ଜୋନାଲ ମୁଖ୍ୟ ଶ୍ରୀ ପ୍ରଦ୍ୟୋଶ ରଞ୍ଜନ ରାଉତ, ଆଞ୍ଚଳିକ ମୁଖ୍ୟ ଶ୍ରୀ ଅରୁପ ପଟ୍ଟନାୟକ, ଶ୍ରୀ ଗୋଲାପ ଚନ୍ଦ୍ର କେଶରୀ, ଜିଲ୍ଲା ମୁଖ୍ୟ ଶାଖା ନିବନ୍ଧକ ଶ୍ରୀ ସତ୍ୟବ୍ରତ ଦାଶ, ଶ୍ରୀ ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *