ଲକ୍ଡାଉନ୍ ପୂର୍ବରୁ ବିକ୍ରି ହେଲା ୮୦ କୋଟି ଟଙ୍କାର ମଦ

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟରେ ପୁଣି ଥରେ ଆମେ ଲକ୍ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛୁ । ଏଭଳି ପରିସ୍ଥିତିରେ କିନ୍ତୁ ଲୋକଙ୍କ ମଦ ପାଇଁ ପାଗଳାମି କମିନି । ପୂର୍ବ ବର୍ଷ ଲକ୍ଡାଉନ୍ ଭଳି ଏଥର ଲକ୍ଡାଉନ୍ ପୂର୍ବରୁ ମଧ୍ୟ ମଦ କାଉଣ୍ଟର ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।
ଆଜି ଠାରୁ ପୁରା ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି ଏବଂ ଏଥିପାଇଁ ଦୁଇ ଦିନ ପୂର୍ବରୁ ରାଜ୍ୟର ପ୍ରାୟ ସବୁ ମଦ ଦୋକାନ ଗୁଡିକରେ ଭିଡି ଦେଖିବାକୁ ମିଳିଛି । ପେଟି ପେଟି ମଦ ଲୋକ ବୋହି ନେବାର ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି ।
ଅନ୍ୟ ଦିନ ମାନଙ୍କରେ ରାଜ୍ୟରେ ପ୍ରାୟ ୩୦ କୋଟି ଟଙ୍କା ଦୈନିକ ମଦ ବ୍ୟବସାୟ ହେଉଥିବା ବେଳେ ଗତ ସୋମବାର ଓ ମଙ୍ଗଳବାର ରାଜ୍ୟରେ ଦୈନିକ ୪୦ କୋଟିରୁ ଉର୍ଦ୍ଧ୍ୱ ମଦ ବିକ୍ରି ହୋଇଛି । ଅର୍ଥାତ୍ ୧୦ ରୁ ୧୨ କୋଟି ଟଙ୍କାର ଅଧିକ ମଦ କେବଳ ଲକ୍ଡାଉନ୍ ପାଇଁ ହି ବିକ୍ରି ହୋଇଛି । ପୁରା ରାଜ୍ୟକ୍ଲେକ୍ଡାଉନ୍ ପୂର୍ବରୁ ଦୁଇ ଦିନ ମଧ୍ୟରେ ପ୍ରାୟ ୮୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।