ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନବ ନିର୍ମାଣ କୃଷକ, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଆଂଶିକ ସଫଳ

ଭଦ୍ରକ, ୧୯/୦୭:- କଲେଜଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଦୋଷୀକୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ସଫଳ କରିବା ଲକ୍ଷନେଇ ଭଦ୍ରକ ବନ୍ତ ଛକ ଠାରେ ମହମ୍ମଦ ମନୱାର ଅଲ୍ଲୀଙ୍କ ନେତୃତ୍ୱରେ ଦୀର୍ଘ ସମୟ ରାସ୍ତା ରୋକ କରାଯାଇଥିଲା । ଏଥି ନେଇ ଜନସାଧାରଣ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏହାପରେ ସଂଗଠନ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ବଜାର ପରିକ୍ରମା କରି ଭଦ୍ରକ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ପକ୍ଷରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିକୁ ନ୍ୟାୟ ପ୍ରଦାନ ପାଇଁ ଜନସାଧାରଣଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କାରାଯାଉଥିଲା ।

ରିପୋର୍ଟ- ପୁନିଲ କୁମାର ସାମନ୍ତ , ଭଦ୍ରକ।

Leave a Reply

Your email address will not be published. Required fields are marked *