ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଦାଲତରେ ୧୨ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ,୨୫/୦୭:- ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଅଦାଲତକୁ ଆଜି ୧୨ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ଅବସରରେ ଏକ ଉତ୍ସବରେ ବୁଗୁଡ଼ା ଓକିଲ ସଂଘର ସଭାପତି ମିହିରକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା କବି ଅନନ୍ତ କର,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇଥିଲେ । ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ଦାଶଙ୍କ ସଂଯୋଜନାରେ ସମ୍ପାଦକ ଆର୍ତ୍ତବନ୍ଧୁ ଖାଡ଼ଙ୍ଗା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଜୀବନ ସଂଗ୍ରାମ ହୋତା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ବାଦ୍ୟଯନ୍ତ୍ରରେ ସନ୍ତୋଷ କୁମାର ରାଉତ ସହଯୋଗ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଅଦାଲତ ଏବଂ ଓକିଲ ମାନଙ୍କ ମଙ୍ଗଳ କାମନା କରି ବହୁ ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । ପରିଶେଷରେ ସଂଘର ଉପସଭାପତି ଦୁର୍ଗାମାଧବ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ କୁମାର ଶତପଥୀ,ପ୍ରଭାତ କୁମାର ଜେନା,ରବିନ୍ଦ୍ର ନାଥ ପଣ୍ଡା,ବିଭୁଦତ୍ତ ନାୟକ ଏବଂ ବନବାସୀ ମହାରଣା ସୁପରିଚାଳନା କରିଥିବା ବେଳେ ସଂଘର ଅନ୍ୟ ସମସ୍ତ ଓକିଲ ବନ୍ଧୁମାନେ ସହଯୋଗ କରିଥିଲେ।

ରିପୋର୍ଟ- ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *