ସାମ୍ବାଦିକ ହୋଇ ସମାଜ ପାଇଁ କଳଙ୍କ!
ତିହିଡି ବ୍ଲକ ଅଧିନସ୍ତ ଗୁଆମାଳ ପଞ୍ଚାୟତ ଝାଡ଼ପଟା ଗ୍ରାମର ଦୈନଦିନ ଖବରକାଗଜ “ନିର୍ଭୟ” ର ସାମ୍ବାଦିକ ଅଶୋକ ପାଡ଼ିଙ୍କର ଅସଲ ଚରିତ୍ର ପଦାରେ ପଡିଛି, ଏହିଭଳି ଏକ ହୃଦୟବିଦାରକ ଦୃଶ୍ୟ ନିଶ୍ଚିତଭାବରେ ସମାଜ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଗଣତନ୍ତ୍ରର ଚତୃର୍ଥସ୍ତମ୍ଭ ବୋଲାଉଥିବା ସାମ୍ବାଦିକ ଯେଉଁଠି ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତିକୁ ପ୍ରତିରୋଧ କରିବା ବଦଳରେ ନିଜେ ସେହି ଅନ୍ୟାୟ ଓ ଅତ୍ୟାଚାର କରିଚାଲିଛି,ସମାଜର ରକ୍ଷକ ହୋଇ ଭକ୍ଷକ ସାଜୁଛି, ଗୁଆମାଳ ପଞ୍ଚାୟତ ଝାଡ଼ପଟା ଗ୍ରାମର ଧନେଶ୍ୱର ପାଡ଼ିଙ୍କ ପରିବାରରେ ଧନେଶ୍ୱର ପାଡ଼ିଙ୍କର ସ୍ତ୍ରୀ ଯେ କି ଶୈଳବାଳା ପାଡ଼ି(ବୟସ 80) ସେ ତାଙ୍କ ଝିଅ ଘରକୁ ଯାଇଥିବା ସମୟରେ ସେ ରହୁଥିବା ଘରେ ତାଙ୍କର ସାନ ପୁଅ ଅଶୋକ ପାଡ଼ି ତାଲା ପକାଇ ଦେଇଥିଲେ,ମା ଜଣକ ନିକଟସ୍ତ ଥାନାରେ ଦ୍ୱାରସ୍ତ ହୋଇ ଏହିଭଳି ଘଟଣା ଉପସ୍ଥାପନା କରିଥିଲେ,ଥାନା ଅଧିକାରୀ ତାଙ୍କୁ ତାଲା ଭାଙ୍ଗି ଘରେ ରହିବା ପାଇଁ ପ୍ରତିଶୃତି ଦେଇଥିଲେ, ସେ ଚାବି ଭାଙ୍ଗି ଘରେ ରହିଥିବା ସମୟରେ ତାଙ୍କ ପୁଅ ବୋହୁ ଦୁହେଁ ମିଶି ଘରୁ ଘୋଷାଡ଼ି ଆଣି ନିସ୍ତୁକ ମାଡ ମାରିବା ସହ ବହୁ ଅସଂଯତ ଅସଭ୍ୟ ଭାଷାରେ ବୁଢ଼ୀମାଙ୍କୁ ଗାଳିଗୁଲଜ କରୁଥିବା ସମୟରେ ମଝିଆ ବୋହୁ ପ୍ରତିବାଦ ତାଙ୍କୁ ମଧ୍ୟ ଅଶୀଳ ଭାଷାରେ ଗାଳି ଗୁଲଜ କରିଥିଲେ,ଯେତେବେଳେ ବୁଢ଼ୀ ମା ଜଣଙ୍କ ଜୀବନ ବିକଳରେ ପଡୋଶୀଙ୍କ ଘରକୁ ପଳାଇ ଆସିଥିଲେ, ତାହାପରେ ଯେତେବେଳେ ପାଖ ପଡୋଶୀ ରୁଣ୍ଡ ହୋଇଗଲେ ତାଙ୍କ ପୁଅ ବୋହୁ କୁଆଡେ ପଳାଇ ଗଲେ, ନିଜର ଜୀବନ ରକ୍ଷା ପାଇଁ ନ୍ୟାୟ ଶେଷରେ ବୁଢ଼ୀ ମା ଜଣଙ୍କ ନିକଟସ୍ତ ତିହିଡି ଥାନାରେ “ଏଫ. ଆଇ. ଆର”ଵୁକ କରିଥିଲେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହେଲେ ତିହିଡି ଥାନାର ଆଇ. ଆଇ. ସି ଘଟଣାଟିର ତଦନ୍ତ ପାଇଁ କ୍ଷେତ୍ର ପରିଦର୍ଶନ କରି ନିଜ ପାରିବାରିକ ଘଟଣାଟି ଆପୋଷ ସମାଧାନ ପାଇଁ ବାଟ ଦେଖାଇଥିଲେ,କିନ୍ତୁ ବୁଢ଼ୀ ମାଙ୍କର ନିଜର ନାତି ଭାଗିରଥି ପାଡ଼ି ଏବଂ ପରିବାର ତରଫରୁ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି,ସରକାରଙ୍କର ଯେଉଁଠି ଫାଇଭ ଟି ପ୍ରଶ୍ନ ଉଠୁଛି, “ମା”କୁ ସମ୍ମାନର ପ୍ରଶ୍ନ ଉଠୁଛି, ନିଶ୍ଚିତଭାବରେj ଜଣେ ସାମ୍ବାଦିକଙ୍କର ଏହିଭଳି ଅମାନୁଷିକ କାର୍ଯ୍ୟ ସମାଜ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି…
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ,ଭଦ୍ରକ, ତୀର୍ଥକ୍ଷେତ୍ର
![](https://teerthkhetra.com/wp-content/uploads/2022/07/WhatsApp-Image-2022-07-26-at-10.24.44-PM.jpeg)