ନାବାଳିକାକୁ ଗଣଦୁଷ୍କର୍ମ :: ୨ କୋର୍ଟ ଚାଲାଣ

ସାକ୍ଷୀଗୋପାଳ, ୩/୮- ଜନୈକ ୧୪ ବର୍ଷୀୟା ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ରେ ସତ୍ୟବାଦୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି। ଏହି ଅଭିଯୁକ୍ତ ମାନେ ଦୀର୍ଘ ୮ ଦିନ ଧରି କ୍ରମାଗତ ଭାବରେ ପୀଡିତା ଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରୁଥିଲେ। ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନା କେଶ ନମ୍ବର ୨୨୫/୨୨ରେ ପୋସ୍କୋ ଆଇନ ୨0୧୨ ଅନୁଯାୟୀ ଦଫା ୩୭୬(ଡ଼ି)(ଏ), ଭାରତୀୟ ପିଙ୍ଗଳ କୋଡ଼ -୬ ମୁତାବକ ଏକ ମାମଲା ରୁଜୁ କରି ଏହି ଥାନା ଅନ୍ତର୍ଗତ ଡାହାଣ କୁମ୍ଭାରପଡା ର ୧ମ ଅଭିଯୁକ୍ତ ଦିପ୍ତୀରଞ୍ଜନ ସ୍ୱାଇଁ (୨୫)ଓରଫ ଗୁନା ଏବଂ ବୁନା ପିତା ଗଦାଧର ସ୍ୱାଇଁ ଓ ୨ୟ ଅଭିଯୁକ୍ତ ଅଳଗୁମ ମାଳିସାହିର ସୁଶାନ୍ତ କୁମାର ନାୟକ ଓରଫ ମୁନା (୨୪) ପିତା ଅଶୋକ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଗଣ ଦୁଷ୍କର୍ମ ରେ ସାମିଲ ରହଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସତ୍ୟବାଦୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ବିଜୟକେତନ ବେହେରା କହିଛନ୍ତି ।

Leave a Reply

Your email address will not be published. Required fields are marked *