ବାଲିଘାଟ ନିମନ୍ତେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ

ଢେଙ୍କାନାଳ,୦୫/୦୮- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ବସୁଲେଇ ବାଲିଘାଟ ନିମନ୍ତେ ବସୁଲେଇ ଗାଁ ଚୌପାଡି ପାଲାମଣ୍ଡପ ଠାରେ ପରିବେଶ ସମ୍ବନ୍ଧୀୟ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣିରେ ବସୁଲେଇ ବାଲିଘାଟର ୨୦.୨୪ହେକ୍ଟର ପରିମିତ ଅଞ୍ଚଳ ନିମନ୍ତେ ରାଜ୍ୟ ପ୍ରଦୂଷଣ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ଜନଶୁଣାଣି କରାଯାଇଥିବା ବେଳେ, ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ଅନୁଗୁଳ ପ୍ରଦୂଷଣ ଅଧିକାରୀ ଅନୁପ କୁମାର ମଲ୍ଲିକ, ପରଜଙ୍ଗ ତହସିଲଦାର ଖଗେଶ୍ୱର ପାତ୍ରଙ୍କ ସହ ପରଜଙ୍ଗ ପୋଲିସ ଓ ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତ ଥିଲେ। ତେବେ ବାଲିଘାଟ ଚାଲିବା ନିମନ୍ତେ ଅଞ୍ଚଳବାସୀ ପରିବେଶ ସମ୍ବନ୍ଧୀୟ ନିଜର ମତ ରଖିବା ସହ ରାସ୍ତା ସମସ୍ୟା ନିମନ୍ତେ ଦାବି ଜଣାଇଛନ୍ତି । ସେପଟେ ଜନସାଧାରଣଙ୍କ ଆବଶ୍ୟକ ଦାବିକୁ ପ୍ରାଧାନ୍ୟ ଦେଇ ବାଲିଘାଟ ଚଳାଯିବ ବୋଲି କହିଛନ୍ତି ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ।