ନୂଆ ମେମୁ ପେସେଞ୍ଜର ଟ୍ରେନ ଚଳାଚଳ ପାଇଁ ଧାରଣା,ଖୁବଶୀଘ୍ର ଚାଲିବା ନେଇ ପ୍ରତିଶୃତି |
ଭଦ୍ରକ: 06/08/22 ଭଦ୍ରକ ଷ୍ଟେସନରୁ ଏକ ନୂତନ ମେମୁ ଲୋକାଲ ଟ୍ରେନ ଚଳାଚଳ ପାଇଁ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ବରେ ପ୍ରତିମାସ ୬ତାରିଖ ଦିନ ରେଳ ରୋକ ମାଧ୍ୟମରେ ଧାରଣା ଦିଆଯାଉଛି | ଆଜି ବି ଦାବି ନେଇ ଧାରଣା ଦିଆଯାଇଥିଲା | ତେବେ ଦାବି ପୂରଣ ନେଇ ଆସିଲା ଖୁସି ଖବର | ଭଦ୍ରକ ବାସିଙ୍କ ଯେଉଁ ଦାବି ଥିଲା ତାହା ରେଳ କର୍ତ୍ତୃପକ୍ଷ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରି ସାରିଛି , ଖୁବ ଶୀଘ୍ର ଭଦ୍ରକ ରୁ ଏକ ନୂତନ ଟ୍ରେନ (୦୮୪୦୭ ) ଚଳାଚଳର ଆରମ୍ଭ କରିବ , ଭଦ୍ରକ ଷ୍ଟେସନରୁ ପ୍ରତିଦିନ ସକାଳ ୭ଟାରେ ଛାଡ଼ି ୪୩ଟି ଷ୍ଟେସନରେ ରହଣି ସହ ଭୂବନେଶ୍ବର ସକାଳ ୧୦ଟା ୫ ମିନିଟରେ ପହଞ୍ଚିବା ସହିତ ପୂରୀରେ ଦିନ ୧୨ଟା ୩୦ ମଧ୍ୟରେ ପହଞ୍ଚିବା | ପୁଣି ପୁରୀରୁ ଯାତ୍ରା ଆରମ୍ଭ କରି ଟ୍ରେନଟି ଭଦ୍ରକ ଷ୍ଟେସନକୁ ସନ୍ଧ୍ୟା ୬ଟା ଆସି ପହଁଞ୍ଚିବ | ଏ ନେଇ ଆଜି ପୂର୍ବତନ ବିଧାୟକ ନରେନ ପଲେଇ ସମସ୍ତଙ୍କୁ ପ୍ରଥମେ ଆନ୍ତରିକ ଧନ୍ୟବାଦ ସହ ସମସ୍ତ ସୂଚନା ଦେଇଥିଲେ ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର