“ଭଗବାନଙ୍କୁ ପୂଜା କର ଆଉ ଭଲ ପାଅ” ଶୀର୍ଷକ ଆଲୋଚନା ଚକ୍ର

ଦ୍ୱିତୀୟ ଧର୍ମର ଏକ ବିଚାର ବିନିମୟ ଚକ୍ର ସ୍ଥାନୀୟ ଗେଲପୁର ସ୍ଥିତ ମହାନଦୀ ଆଲମିରା ଠାରେ ଆୟୋଜକ ରାଜେଶ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ଭଗବାନଙ୍କୁ ପୂଜା କର ଆଉ ଭଲ ପାଅ l କିନ୍ତୁ ଯେଉଁ ପିତାମାତା ସେହି ଅଦେଖା ଭଗବାନଙ୍କୁ ତୁମକୁ ଚିହ୍ନେଇଛି ପ୍ରଥମେ ତାଙ୍କୁ ପୁଜିବା ଉଚିତ l କାରଣ ସେହିଁ ପ୍ରକୃତ ଭଗବାନ l ଯାହାଦ୍ୱାରା କି ତୁମେ ଈଶ୍ୱରଙ୍କୁ ଉପଲବ୍ଧି କରିପାରିବ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋବିନ୍ଦ ଭଗବାନ ମତ ପ୍ରକାଶ କରିଛନ୍ତି l ପ୍ରାରମ୍ଭରେ ରମାକାନ୍ତ ମହାଳିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ହେମନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅବନୀ ମିଶ୍ର, ସାଇ ମହାପାତ୍ର,ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପୀତବାସ ପଣ୍ଡା ଓ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ l ତେବେ ଶ୍ରୀ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି l

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *