ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା କ୍ରାନ୍ତି ଦିବସରେ ଭାରତ ଛାଡ ଆନ୍ଦୋଳନର ମହାନ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଦୀର୍ଘ୨୫ବର୍ଷ ଧରି ଉତ୍କଳ ମାଟି ଓ ଓଡିଶା ବାସୀଙ୍କର ସ୍ୱାଭିମାନ ପାଇଁ ଲଢେଇ କରୁଥିବା ଥିବା ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସ୍ମରଣୀୟ କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବ୍ରହ୍ମଗିରି ବ୍ଲକ ଦାସରଥି ପ୍ୟାଲେସ୍ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ “ଓଡିଶା ମୋ ପରିବାର” ତଥା “ଜୀବନ ବିନ୍ଦୁ” ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀ ଦାସବର୍ମା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସେ କହିଛନ୍ତି ସମଗ୍ର ମାନବ ସମାଜକୁ ଏକ ସୂତ୍ରରେ ନିବିଡତା ସହିତ ବାନ୍ଧି ରଖିବା ଅବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବ୍ୟକ୍ତିତ୍ବଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ଯୁବ ଓ ଛାତ୍ର ମାନଙ୍କୁ ସନ୍ଦେଶ ଦେଇଛନ୍ତି ଏବଂ ମହତ ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ଏହା ଏକ ଆନ୍ଦୋଳନର ରୂପ ନେଉଛି। ଏହି କାର୍ଯ୍ୟକ୍ରମରେ 131 ୟୁନିଟ ରକ୍ତ ସଂଗ୍ରହ କରାଯାଇ ଅଛି। ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନାରାଣି ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ କାର୍ତ୍ତବିଜ୍ୟ ସ୍ଵାଇଁ, ପୁରୀ ସଦର ବ୍ଲକ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ନୁନୁ ମିଶ୍ର, କୃଷ୍ଣପ୍ରସାଦ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ୁ, ସଦର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ, ଶୁଭାଶିଷ ଖୁଣ୍ଟିଆ, ସହ ସଂଯୋଜକ ଷ୍ଟାଲିନ୍ ପରିଜା, ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ଵାଇଁ, ଜିଲ୍ଲା ଛାତ୍ର ସଭାପତି ରାଜେଶ ରଥ, ସମ୍ପାଦକ ସନ୍ତୋଷ କୁମାର ଜେନା, ଉମାକାନ୍ତ ପାଇକରାୟ, ବ୍ଲକ ସଭାପତି ଦିପୁ ରଞ୍ଜନ ନାୟକ, ବ୍ରହ୍ମଗିରି ବ୍ଲକ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *