ତିନି ବର୍ଷ ନ ପୁରୁଣୁ କମ୍ୟୁନିଟ ସେଣ୍ଟର ଛାତ ରୁ ଗଳୁଛି ପାଣି

ଦେଖନ୍ତୁ ଦର୍ଶକ ବନ୍ଧୁ ଏ ଛାତ ରୁ ପାଣି ଗଳୁଥିବା ଚିତ୍ର କୁ ଭଲ ଭାବେ ଦେଖନ୍ତୁ, ଆଉ ଟିକେ ଏଠି ଲେଖା ଯାଇଥିବା ସୂଚନା ଫଳକ ରେ କଣ ଲେଖା ଯାଇଛି ଦେଖନ୍ତୁ, ସୂଚନା ଫଳକ ଲେଖା ରେ କୌଣସି ଦାଗ ଲାଗି ନ ଥିବା କିନ୍ତୁ ଛାତ ରୁ ପାଣି ଗଳିବା ଆରମ୍ଭ କଲାଣି, ଏ କାର୍ଯ୍ୟ 2018-19ଆର୍ଥିକ ବର୍ଷ ର ହୋଇଥିବା ବେଳେ ମାତ୍ର ତିନି ବର୍ଷ ଭିତରେ ଛାତ ରୁ ଗଳୁଛି ପାଣି ,ଫଳକ ରେ ଲେଖା ଯାଇଛି ଉନ୍ନତ ଯୋଜନା ଏ ଚିତ୍ର କୁ ଦେଖି ପାରିଲେ ଜାଣିପାରିବେ ଏହା କେମିତି ହେଇଛି ଉନ୍ନତି,ସବୁଠୁ ବଡ଼ କଥା ଦର୍ଶକ ବନ୍ଧୁ ଏ ଦୃଶ୍ୟ କୌଣସି ଉପାନ୍ତ କିମ୍ବା ଗ୍ରାମାଞ୍ଚଳ ରେ ନୁହେଁ ଏ ଚିତ୍ର ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା 12no ୱର୍ଡ କମ୍ୟୁନିଟ ସେଣ୍ଟର ର ଚିତ୍ର, ଯେଉଁ ସ୍ଥାନ ରୁ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ଓ ପୌରପାଳିକା କାର୍ଯ୍ୟାଳୟ ମାତ୍ର ଗୋଟେ କିଲୋମିଟର, ବଡ଼ ବଡ଼ ବାବୁମାନଙ୍କ ଆଖି ସାମ୍ନାରେ ଯଦି ଏମିତି ନିମ୍ନ ମାନର କାମ ହେଉଛି ତା ହେଲେ ଗ୍ରାମାଞ୍ଚଳ ରେ କାମ ହେଉଥିବ ଅନୁମାନ କରିପାରୁଥିବେ ଦର୍ଶକ ବନ୍ଧୁ, ଫୋଟୋ ଉଠେଇ ବାହା ବାହା ନେଉଥିବା ନେତା ମାନେ ଯେ ସରକାରୀ କାମ ପ୍ରତି କେତେ ଯତ୍ନବାନ ତାହା ଏ ଚିତ୍ର ହିଁ ବୟାନ କରୁଛି l ତେଣୁ ଲୋକେ କହିଲେଣି ପିସି ରେ ପେସୀ ଯାଉଛି ସରକାରୀ କାମ, ଉଧେଶ୍ୟ କାହାକୁ ଇଂଗିତ କରିବା ଆମର ଉଧେଶ୍ୟ ନୁହେଁ ପ୍ରଶାସନ ଚେତେଇ ଦେବା କେମିତି ହେଉଛି ସରକାରୀ କାମ,ଏଇଠୁ ଆରମ୍ଭ ହେଉ ପରିବର୍ତ୍ତନ
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର