ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବ୍ୟାପକ ବୃକ୍ଷରୋପଣ

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଛି। ଆଜି ନୟାଗଡ଼ ବ୍ଲକ୍ ପ୍ରତାପପ୍ରସାଦର ବିଭିନ୍ନ ଅଞ୍ଚଳ ତଥା ଇଟାମାଟିର ଶ୍ମଶାନରୁ କେନାଲ୍ ରୋଡ଼ର ଉଭୟ ପାର୍ଶ୍ଵରେ ପିଜୁଳି, ଶିଶୁ, ଅଁଳା, ଚାକୁଣ୍ଡା, ଶାଗୁଆନ, ଦେଵଦାରୁ, କୃଷ୍ଣଚୂଡ଼ା ଆଦି ଚାରାରୋପଣ କରାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ଢ଼େର୍ ଆଗ୍ରହ ଦେଖିବାକୁ ମିଳିଥିଲା। ଅନନ୍ୟା ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ ପାଇଁ ଏକ ଆଧୁନିକ ଗାତ ଖୋଳା ମେସିନ୍ ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *