ଅଳରନାଥଙ୍କ ପୀଠର ହେବ ଉନ୍ନତିକରଣ, 5T ମୁଖ୍ୟଙ୍କ ପରିଦର୍ଶନ
ବ୍ରାହ୍ମଗିରି ବ୍ରେକିଙ୍ଗି
ବ୍ରହ୍ମଗିରି (୧୧/୮/୨୦୨୨)
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର 5T ମୁଖ୍ୟ ଭି .କାର୍ତ୍ତିକେୟନ . ପାଣ୍ଡିଆନ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଅଲାରନାଥ ପୀଠର ଉନ୍ନତି କରଣ ପାଇଁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବାସହ ବିଭାଗୀୟ ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ମନ୍ଦିରର ଉନ୍ନତି କରଣ ନକ୍ସା ପୈଠ କରିବାକୁ ନିର୍ଦେଶ ଦେଇଥିଲେ । ଉକ୍ତ ପରିଦର୍ଶନରେ ପୁରୀ ଜିଲ୍ଲାପାଳ ଓ ପୂରୀ ଉପଜିଲ୍ଲାପାଳ, ବ୍ରହ୍ମଗିରି ତହସିଲଦାର,ସେବାୟତ ଏବଂ ଅନ୍ୟାନ ଅଧିକାରୀ ମାନଙ୍କ ସହ ଜିଲ୍ଲା ପରିଷଦ କୈଳାଶ ପରିଡ଼ା , ସଂସଦ ପତିନିଥି ଯୁଦିଷ୍ଟର ନାୟକ,ବ୍ରାହ୍ମଗିରି ବିଜେଡି ସଭାପତି ବିଦ୍ୟାଧ ର ସ୍ୱାଇଁ, ଯୁବ ନେତା ବିଜୟ ଦଳାଇ, ସଂଜୟ ପରିଡା ଓ ମନ୍ଦିର ସେବାୟତ ମାନେ ଉପସ୍ଥିତ ଥିଲେ ।ଉପସ୍ଥିତ ଥିଲେ ।ମନ୍ଦିରର ଉନ୍ନତି କରଣ, ଲକ୍ଷ୍ମୀ ମନ୍ଦିର ର ଉନ୍ନତି କରଣ, ଶ୍ରୀ ଚୈତନ୍ୟ ଦେବଙ୍କ ମନ୍ଦିର ର ଉନ୍ନତି କରଣ , ଆନନ୍ଦ ବଜାର ର ଉନ୍ନତି କରଣ କରିବା ପାଇଁ ଆଲୋଚନା କରିଥିଲେ | ଅଲାରନାଥଙ୍କ ପୀଠରେ ନୂତନ ବିମଳା ମନ୍ଦିର ପ୍ରତିଷ୍ଠା,ନୂତନ ଗଣେଶ ମନ୍ଦିର ପ୍ରତିଷ୍ଠା ଓ ନୂତନ ହନୁମାନ ମନ୍ଦିର ପ୍ରତଷ୍ଠା ପାଇଁ ଆଲୋଚନା କରିଥିଲେ | ମନ୍ଦିର ର ଚତୁଃ ପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ କରାଯିବ , ରାସ୍ତା ଘାଟ ର ଉନ୍ନତି କରଣ, ଓ ମନ୍ଦିର ର ଚାପ ପୋଖରି ର ଉନ୍ନତି ଓ ଆଲୋକିତ କରା ଯିବ