ବେଳାଭୂମି ସଫେଇ ଓ ଏୟାର ସୋ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, ୧୫/୯- ଚଳିତ ମାସ ୧୭ ତାରିଖରେ ବେଳାଭୂମି ସଫେଇ ଓ ୧୮ ତାରିଖରେ ଏୟାର ସୋ କୁ ସଫଳ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମା ଚଳିତ ମାସ ୧୮ ତାରିଖ ସକାଳ ୧୦.୨୦ ମିନିଟ ରୁ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ରାଜଭବନ ପାର୍ଶ୍ଵ ବ୍ଲୁ ଫ୍ଲାଗବିଚ ଠାରେ ବାୟୁସେନା ପକ୍ଷରୁ ଏୟାର ସୋ ଅନୁଷ୍ଠିତ ହେବ ବୋଲି କହିଥିଲେ। ପୁରୀ ରେ ପ୍ରଥମ ଥର ପାଇଁ ଏୟାର ସୋ ହେବା ଏକ ଗୌରବର ବିଷୟ ବୋଲି କହିବା ସହ ଏହାକୁ ସମସ୍ତ ଙ୍କ ସହଯୋଗ ରେ ସଫଳ କରିବା ପାଇଁ ଅନୁରୋଧ କରି ଥିଲେ। ସେହିପରି ୧୭ ତାରିଖରେ ବେଳା ଭୂମି ସଫେଇ ୬ ବାଟାଲିଆନର କର୍ମଚାରୀ ,ପୁରୀ ମୁନିସିପାଲ୍ଟି, ଏନସିସି କ୍ୟାଡେଟ, ବ୍ୟବସାୟୀ, ସ୍ୱଛାସେବୀ ଓ ସାଧାରଣ ବ୍ୟକ୍ତି ମାନଙ୍କୁ ନେଇ ଅନୁଷ୍ଠିତ ହେବ।ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ। ପେଣ୍ଠକଟା ଠାରୁ ବ୍ଲୁ ଫ୍ଲାଗବିଚ ପର୍ଯ୍ୟନ୍ତ ଓ ଭିକ୍ଟୋରିଆ ହୋଟେଲ ଠାରୁ ବ୍ଲୁ ଫ୍ଲାଗବିଚ ପର୍ଯ୍ୟନ୍ତ ୬ ବାଟାଲିଆନର ଯବାନ ,ପୌର କର୍ମଚାରୀ, ଏନସିସି କ୍ୟାଡେଟ, ବିଭିନ୍ନ ବ୍ୟବସାୟୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ସ୍ୱଛାସେବୀ ଓ ସାଧାରଣ ଲୋକ ମାନେ ସକାଳ ୬ ଠାରୁ ସଫେଇ କରି ବ୍ଲୁ ଫ୍ଲାଗବିଚ ଠାରେ ପହଞ୍ଚିବେ। ବ୍ଲୁ ଫ୍ଲାଗବିଚ ଠାରେ ପୂର୍ବାହ୍ନ ୭ ଘଟିକା ରେ ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଛତା ଶପଥ ପାଠ ଅନୁଷ୍ଠିତ ହେବ। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଦ୍ଵାରା ବାଲୁକା କଳା ରେ ସଚେତନତା ବାର୍ତ୍ତା ର ବ୍ୟବସ୍ଥା କରା ଯାଇଛି। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗ କୁ ପ୍ରଦାନ କରାଯାଇଥିବା ଦାୟିତ୍ୱ କୁ ସୁଚାରୁ ରୁପେ ସମ୍ପାଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏୟାର ସୋ ଅବସରରେ ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବାର ସୁ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରଚାର ପ୍ରସାର ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ , ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା,୬ ବାଟାଲିଆନର ସୁବେଦାର ମେଜର ଶ୍ରୀ ରୋହତାଶ ,କ୍ରୀଡା ଅଧିକାରୀ ଶ୍ରୀ ଚନନ୍ଦ ସାହୁ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *