ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହ ପଞ୍ଚପାଣ୍ଡବଙ୍କ ଜଳକ୍ରୀଡ଼ା

ପୁରୀ ଅଫିସ : ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ଅକ୍ଷୟତୃତୀୟା ଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ବିନା ଭକ୍ତରେ ଚାଲିଛି । ଶ୍ରୀମନ୍ଦିରରେ ଯାତ ଭୋଗ ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋନ ୂଶ୍ରୀରାମକୃଷ୍ଣ,ଭୂଦେବୀ,ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଛପାଣ୍ଡବ ବିମାନ ଏବଂ ପାଲିଙ୍କିରେ ବିଜେ ହୋଇ ନୌକାବିହାର ନିମନ୍ତେ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରୁଛନ୍ତି । ଶ୍ରୀକ୍ଷେତ୍ରର ପଞ୍ଛପାଣ୍ଡବଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଡ଼ଙ୍ଗାରେ ବସି ଚାପ ଖେଳୁଛନ୍ତି । ପଞ୍ଛପାଣ୍ଡବଙ୍କ ମଧ୍ୟରେ ପ୍ରଭୁ ଶ୍ରୀ ଜମ୍ବେଶ୍ୱର ଅଗ୍ରଜ ଅଟନ୍ତି । ଶ୍ରୀଲୋକନାଥ ମହାପ୍ରଭୁ ଶ୍ରୀ ମାର୍କଣ୍ଡେଶ୍ୱର ମହାପ୍ରଭୁ , ଶ୍ରୀ କପାଳମୋଚନ ମହାପ୍ରଭୁ , ଶ୍ରୀ ନୀଳକଣ୍ଠେଶ୍ୱର ମହାପ୍ରଭୁ ବିମାନରେ ଆସି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି । ବିନା ଭକ୍ତରେ ଏବଂ କିଛି ହାତ ଗଣତି ପୋଲିସ ମାନଙ୍କ ଉପସ୍ଥିତରେ ଚନ୍ଦନ ଚକଡ଼ାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ମହାପ୍ରଭୁମାନେ ଚନ୍ଦନ ଲେପନ ସହ ବେଶ ହୋଇ ନନ୍ଦା ଓ ଭଦ୍ରା ଡ଼ଙ୍ଗାରେ ବସି ଚାପ ଦିନ ଚାପ ଓ ରାତି ଚାପ ଖେଳୁଛନ୍ତି । ଜଳକ୍ରୀଡ଼ା ସମୟରେ ପ୍ରଭୁଙ୍କୁ ଆଲଟ ଚାମର ଲାଗି କରାଯାଉଛି । ପାଳିଆ ସେବକ ବିଜେ କାହାଳୀ ବଜାଇବା ସହ ଜୟ ଜଗନ୍ନାଥ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଦିନ ଚାପ ପରେ ପ୍ରଭୁଙ୍କୁ ଚନ୍ଦନ କୁଣ୍ଡରେ ବିଜେ କରାଯାଇ ପରେ ଠାକୁରଙ୍କୁ ବିଡ଼ିଆ ପାନ ମଣୋହି କରାଯାଉଛି । ପରେ ଼ଚଉଦୋଳରେ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ଶ୍ରୀମନ୍ଦିରଙ୍କୁ ସବୁଦିନ ପରି ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *