ମେଡିକାଲର ନିର୍ମଳ ଠିକା ସଫେଇ କାର୍ମଚାରୀଙ୍କ ଦରମା ନମିଳିବା ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

ଢେଙ୍କାନାଳ,୧୯/୦୯- ଢେଙ୍କାନାଳ ଜିଲ୍ଲା ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିର୍ମଳ ଯୋଜନାରେ ନିଯୁକ୍ତି ହୋଇଥିବା ଠିକା ସଫେଇ କର୍ମଚାରୀଙ୍କ ଦରମା ନମିଳିବା ପ୍ରତିବାଦ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆଜି ଗଣଧାରଣା ଦେଇଛନ୍ତି । ଅଭିଯୋଗ ମୁତାବକ ସେମାନେ ଏହି ନିର୍ମଳ ଯୋଜନା ରେ ଗତ ତିନିବର୍ଷ ଧରି ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ତିନି ଚାରି ମାସରେ ଥରେ ତାଙ୍କୁ ଦରମା ମିଳୁଛି। ଯାହାକି ପରିବାର ପ୍ରତିପୋଷଣ ରେ ସେମାନଙ୍କୁକୁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏ ନେଇ ସେମାନେ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେମାନେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କହିବା ମୁତାବକ ସେମାନେ ଠିକା ସଂସ୍ଥା କୁ ପ୍ରତିମାସରେ ଦରମା ଟଙ୍କା ଦେଉଛନ୍ତି କିନ୍ତୁ ଉକ୍ତ ସଂସ୍ଥା ସେମାନଂକୁ ତିନି ମାସ ହେଲା ଦରମା ଦେଇନାହାନ୍ତି । ଯାହାକୁ ନେଇ ସେମାନେ ଧାରଣା ଦେଇଛନ୍ତି, ତେଣୁ ଆଜି ତାଙ୍କ ବକେୟା ଦରମା ମିଳିବ ବୋଲି ଠିକା ସଂସ୍ଥା ର ଅଧିକାରୀ ସୂଚନା ଦେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *