ରାୟଗଡାରେ ଶାରଦୀୟ ଦୁର୍ଗାପୂଜା
ରାୟଗଡା, ୦୩/୧୦- ରାୟଗଡା ସହର ଓ ଏହାର ପୁର ପଲ୍ଲୀ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଉତ୍ସବ ମୁଖର ହୋଇଉଠିଛି ।ସହରର ସର୍ବପୁରାତନ ବ୍ରାହ୍ମଣ ସାହିପୂଜା କମିଟି ୬୧ବର୍ଷରେ ପଦାର୍ପଣ କରିଥିଲା ବେଳେ ଜେକେ କାଗଜ କଳ ୫୯ବର୍ଷଧରି ମା ଦୁର୍ଗା ଙ୍କ ପୂଜା କରିଆସୁଛନ୍ତି। ସେହିପରି ସହରର ଓଡିଶା ପୋଲିସ ବିଭାଗ, ବିଦ୍ୟୁତ୍ ବିଭାଗ ବ୍ରାହ୍ମଣ ସାହି, ବ୍ୟବସାୟୀ ସଂଘ, ଜେକେ କାଗକ କଳ, ଥେରବାଲି, କଲ୍ୟାଣସିଂପୁର ଠାରେ ମହା ଆଡମ୍ବର ସହିତ ମାଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି । ଜେକେ କାଗଜ କଳ ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିବାବେଳେ ଦଶହରା ଦିନ ରାବଣ ଦହନ ହେବା ସହ ଓଡ଼ିଆ ଅପେରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଦଶହରା ପଡ଼ିଆରେ ମନୋରଞ୍ଜନ ପାଇଁ ମିନା ଦୋଳି ସୁଇମିଂ ପୁଲ ବିଭିନ୍ନ ସାନ ବଡ ଚକ୍ରି ଦେଖିବାକୁ ମିଳୁଛି । ଅନେକ ଦୋକାନ ବଜାର ସହ ସାରା ଜିଲ୍ଲା ଏପରିକି ପଡୋଶୀ ଆନ୍ଧ୍ର ପ୍ରଦେଶର ଲୋକମାନେ ମା ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ଆସୁଛନ୍ତି । ମଣ୍ଡପ ଗୁଡ଼ିକ ଆଲୋକ ମାଳରେ ସଜ୍ଜିତ ହୋଇଥିବା ବେଳେ ସୁ ଦୃଶ୍ୟ ତୋରଣ ସମସ୍ତଙ୍କ ମନ ମୋହୁଛି । ରାୟଗଡା ଟାଉନ ପୋଲିସ ଓ ଚାନ୍ଦିଲି ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ରିପୋର୍ଟ- ନିଳାମ୍ବର ମିଶ୍ର, ରାୟଗଡା ।