ଶ୍ରୀ ଅରବିନ୍ଦଙ୍କ ମହାପ୍ରୟାଣ ଦିବସ ପାଳିତ

ରାୟଗଡ଼ା, ତା-୦୯/୧୨- ରାୟଗଡା ବ୍ଳକ ଅନ୍ତର୍ଗତ ଜେକେପୁରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଶ୍ରୀ ଅରବିନ୍ଦଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଅରବିନ୍ଦ ପାଠ ଚକ୍ର ଓ ଶିକ୍ଷା କେନ୍ଦ୍ର ଠାରେ ପରିଚାଳନା କମିଟିର ସଭାପତି ଶ୍ରୀ ଗୌର ହରି ସାହୁ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି ଥିଲେ । ଆଜି ଆଧ୍ୟାତ୍ମିକ ପତାକାର ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁବହୁବିଧ କାର୍ଯ୍ୟକ୍ରମ ଯଥା ପାଠଚକ୍ର, କ୍ରୀଡା, ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯକ୍ରମର ବିଭିନ୍ନ ଦିବସରେ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ କୋଷଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା, ବର୍ତ୍ତମାନର କୋଷାଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମହାରଣା, ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ସୁଶ୍ରୀ ମମତା ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ନନ୍ଦିନୀ ଅପା , ସୀମା ଅପା, ପାଏଲ୍ ଆପା, ରୋଜି ଅପା, ଗୀତା ଅପା ଓ ଟୁଟୁ ଭାଇ , ଆକାଶ ଭାଇ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ । ପରିଚାଳନା କମିଟିର ସଦସ୍ୟ ଶ୍ରୀ ଶରତ ସାହୁ,ଶ୍ରୀ ଗଦାଧର ଦାସ ସହଯୋଗ କରିଥିଲେ।ଶ୍ରୀ ସତ୍ୟ ନାରାୟଣ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ- ନିଳାମ୍ବର ମିଶ୍ର, ରାୟଗଡା।