ଟୁର ଡି କଳିଙ୍ଗ ର ସାଇକେଲ ଯାତ୍ରା


ପୁରୀ ,୧୨/୧୨- ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ ସୋସିଆଲ ଇନୋଭେସନ, ମିଶନ ଓଡ଼ିଶା ସହଯୋଗ ରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ର ଚତୁର୍ଥ ସଂସ୍କରଣ।ପରିବେଶ ସୁରକ୍ଷା, ବିଶ୍ୱ ତାପାୟନ ଓ ଡ୍ରଗସ ଅପବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଏହି ଅଭିଯାନ ଆରମ୍ଭ ହୋଇଛି। ଗତକାଲି ଭୁବନେଶ୍ୱର ରୁ ବାହାରି ଥିବା ଏହି ୨୦ ଜଣିଆ ଦଳ ଟୁର ଡି କଳିଙ୍ଗ ର ପ୍ରତିଷ୍ଠାତା ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ପୁରୀ ରେ ପହଞ୍ଚି ଥିଲେ।ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଟିମ କୁ ଭବ୍ୟ ସ୍ୱାଗତ କରା ଯାଇଥିଲା। ଆଜି ପ୍ରତ୍ୟୁଷ ରୁ ବ୍ଲୁ ଫ୍ଲାଗ ବିଚ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ସାଇକେଲ ଅଭିଯାତ୍ରୀ ଦଳକୁ ଶୁଭେଛା ଜଣାଇବ ସହ ପତାକା ଦେଖାଇ ପୁରୀ ରୁ ଶୁଭାରମ୍ଭ କରିଥିଲେ ।ଏହି ଦଳ ସାତପଡ଼ା ଦେଇ କୋରାପୁଟ, ଫୁଲବାଣୀ, ନୟାଗଡ଼, ଖୋର୍ଦ୍ଧା ଅତିକ୍ରମ କରି ଚଳିତ ମାସ ୨୩ ତାରିଖରେ ଭୁବନେଶ୍ୱର ରେ ପହଞ୍ଚିବେ ବୋଲି ଟିମ ଲିଡର ଶ୍ରୀ ଦାସ ସୂଚନା ଦେଇଥିଲେ।ପ୍ରକୃତି କୁ ଉପଭୋଗ କରିବା ର ଶ୍ରେଷ୍ଠ ଉପାୟ ଚାଲି ଚାଲି କିମ୍ବା ସାଇକେଲ ଯାତ୍ରା ବୋଲି ଅଭିଯାତ୍ରୀ ମାନେ କହିଥିଲେ।ପୁରୀ ଜିଲ୍ଲା ପ୍ରଶାସନ ର ଆତିଥେୟତାରେ ସେମାନେ ଖୁସି ବ୍ୟକ୍ତ କରିବା ସହ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରି ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *