କୋଣାର୍କ ଇକୋ ରିଟ୍ରିଟ୍ ଶୁଭାରମ୍ଭ, ଟେଣ୍ଟ ଘରେ ବେଳାଭୂମିର ମଜା ନେବେ ପର୍ଯ୍ୟଟକ
କୋଣାର୍କ,୧୫/୧୨- ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁ ଲୋକପ୍ରିୟ କୋଣାର୍କ ଇକୋ ରିଟ୍ରିଟ୍ ଗୁରୁବାର ପୂର୍ବାହ୍ନରେ ଶୁଭାରମ୍ଭ ହୋଇଯାଇଛି। ଖୋଲା ଆକାଶ ତଳେ ପ୍ରାକୃତିକ ଝାଉଁବଣ, କୁଶଭଦ୍ରା ନଦୀ ମୁହାଣ ଓ ବଙ୍ଗୋପ ସାଗରର ନୀଳ ଢେଉର ମହାମିଳନର ତଥା ପ୍ରାକୃତିକ ପରିବେଶ ଭୂସ୍ଵର୍ଗ ଭାବେ ପ୍ରସିଦ୍ଧ ରାମଚଣ୍ଡୀ ନିକଟରେ ଆୟୋଜିତ ହେଉଥିବା ପର୍ଯ୍ୟଟନ ଶିଳ୍ପର ଅନନ୍ୟ ବିଶେଷତ୍ଵ ନେଇ ଆରଂଭ ହୋଇଥିବା ଏହି ଉତ୍ସବକୁ ଗୁରୁବାର ପୂର୍ବାହ୍ନରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲିକ, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ପର୍ଯ୍ୟଟନ ସଚିବ ସଚିନ ଯାଦବ, ଜିଲ୍ଲାପରିଷଦ ଉପାଦ୍ଧକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।
ରିପୋର୍ଟ୍- ଜ୍ଞାନ ରଞ୍ଜନ ବିଶ୍ଵାଳ,କୋଣାର୍କ ।