ନିଖିଳ ଓଡ଼ିଶା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରାତ୍ର ଜଗୁଆଳ-ପିଅନ ମହାସଂଘର ଚାକିରୀ ଓ ଦରମା ସର୍ତ୍ତାବଳୀ ଉପରେ ଧାରଣା

ଭୁବନେଶ୍ୱର – ରାଜ୍ୟର ୩୧୪ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଆଇ.ସି.ଡି.ଏସ୍. ପ୍ରକଳ୍ପରେ ରାତ୍ର ଜଗୁଆଳ ପିଅନ ପଦବୀରେ କର୍ମଚାରୀମାନେ କାମ କରିଆସୁଛନ୍ତି । ଦୀର୍ଘ ୨୦/୨୫ ବର୍ଷ ଧରି କାମ କରୁଥିଲେ ସୁଦ୍ଧା ସେମାନେ ସରକାରୀ ଆଇନ୍ ଅନୁଯାୟୀ ନିୟମିତ ଦରମା ପାଉନାହାନ୍ତି । ଆଇ.ସି.ଡି.ଏସ୍. ପ୍ରକଳ୍ପକୁ ଯାଉଥିବା କଣ୍ଟିଜେନ୍‌ସି ପାଣ୍ଠିରୁ ପ୍ରକଳ୍ପ ଅଧିକାରୀଙ୍କ ଦୟା ଅନୁସାରେ ସେମାନେ ଦରମା ପାଇଥାନ୍ତି । ବହୁ କର୍ମଚାରୀ ୩୫ ବର୍ଷ ଧରି ଯେଉଁ କିଛି ସ୍ଵଳ୍ପ ଦରମା ପାଉଥିଲେ ତାହା ମଧ୍ୟ ପାଇନାହାନ୍ତି । ସରକାରୀ ମଜୁରୀ ୩୨୬ ଟଙ୍କା ଓଡ଼ିଶା ସରକାର ଘୋଷଣା କରିଥିବା ସତ୍ତ୍ଵେ ସେମାନଙ୍କୁ
୨୮୬ ଟଙ୍କା ସ୍ଥଳ ବିଶେଷରେ ୨୯୬ ଟଙ୍କା ମଜୁରୀ ଦିଆଯାଉଛି ତାହା ପୁଣି ୬ ମାସକୁ ଥରେ । ସେହି ଗରିବ
ଲୋକମାନେ ଆଜିର ମହଙ୍ଗା ଯୁଗରେ ବହୁ ଅସୁବିଧାରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଅତୀତରେ ବିଧାନସଭା
ଆଗରେ ଧାରଣା ଦେଇଥିବା ବେଳେ ତତ୍କାଳୀନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଓ ୫-
ଟି’ ଶାସନ ସଚିବଙ୍କ ହସ୍ତକ୍ଷେପ ଫଳରେ ସେମାନଙ୍କୁ କିଛି କିଛି ପଇସା ଦିଆଯିବା ସାଙ୍ଗେ ୨୮୬ ଟଙ୍କା ଲେଖା ଦୈନିକ
ମଜୁରୀ ଦିଆଯାଉଅଛି, କିନ୍ତୁ ତାହା ସମୁଦ୍ରକୁ ସଙ୍ଗେ । ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି ଚାକିରୀ କରିଥିବା ପିଅନ ଓ
ରାତ୍ର ଜଗୁଆଳମାନଙ୍କୁ ଖାଲି ପଡ଼ିଥିବା ପଦବୀରେ ନିୟମିତ ନିଯୁକ୍ତି ଦେବା, ଦୈନିକ ମଜୁରୀ ୩୨୬ ଟଙ୍କା ଭାବରେ
ସେମାନଙ୍କୁ ନିୟମିତ ପ୍ରତି ମାସରେ ଦରମା ଦେବା, ଅବସର ଗ୍ରହଣ କରିଥିବା ଏବଂ ଚାକିରୀ କାଳ ଭିତରେ ମୃତ୍ୟୁବରଣକରିଥିବା ୱାଚ୍‌ମ୍ୟାନ୍ ଓ ପିଅନମାନଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଏକକାଳୀନ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଜୀବନ ବୀମା ଓ ଇପିଏଫ୍ ପ୍ରଭୃତି ସ୍ଵତନ୍ତ୍ର ଭାବରେ ଜମା କରିବା ଦାବିରେ ଡିସେମ୍ବର ୧୫ତାରିଖ ଠାରୁ ବିଧାନସଭା ସମ୍ମୁଖରେ ରାଜ୍ୟର ସମସ୍ତ ପିଅନ ଓ ରାତ୍ର ଜଗୁଆଳମାନେ ଧାରଣାରେ ବସିରହିଛନ୍ତି।
ଆମ୍ଭର ଦାବି :
୧) ମାସିକ ଦରମାକୁ ବଜେଟ୍‌ରେ ପୃଥକ ଭାବେ ସ୍ଥାନିତ କରାଯାଉ ଓ ସ୍ଵତନ୍ତ ହେଡ୍‌ର ବ୍ୟବସ୍ଥା କରାଯାଉ ।
୬ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନିୟମିତ କରାଯାଉ ଓ ଖାଲି ପଡ଼ିଥିବା
୨)ପଦବୀ ପୂରଣ କରାଯାଉ ।
୩)ବାକି ପଡ଼ିଥିବା ଦୀର୍ଘଦିନର ଦୈନିକ ମଜୁରୀକୁ ତୁରନ୍ତ ପ୍ରଦାନ କରାଯାଉ ।
୪) ଚାକିରୀରୁ ଅବ୍ୟାହତି ସମୟରେ ସରକାରୀ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ହେଉ ।
ସମସ୍ତଙ୍କ ସମାନ ମଜୁରୀ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହାରରେ ପ୍ରଦାନ କରାଯାଉ ।
ଏଚ୍.ଆର.ଏମ୍.ଏସ୍.ରେ ପଞ୍ଜିକୃତ କରାଯାଉ ।

ରିପୋର୍ଟ- ବିଜୟ ନନ୍ଦ।

Leave a Reply

Your email address will not be published. Required fields are marked *