ରାଜଧାନିରେ ବଢ଼ି ବଢ଼ି ଚାଲିଛି ମଶା ଉପଦ୍ରଵ

ଭୁବନେଶ୍ୱର,୨୦/୧୨- ଯୁଆଡେ ଯିବେ ସବୁଠି ମଶାଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ବିଏମସି ପାଖରେ ମଶାକୁ ନେଇ ଗଦା ଗଦା ଅଭିଯୋଗ। ଜନସାଧାରଣ ପୁରା ପୁରୀ ଅତିଷ୍ଟ। ବିଏମସି କର୍ତ୍ତୃପକ୍ଷ ଜନ ଅସନ୍ତୋଷ କୁ ପ୍ରଶମନ କରିବା ପାଇଁ ପୁରା ଦମରେ ଲାଗିପଡ଼ିଛି। କୋଉଠି ମଶାମରା ଧୂଆଁ ଗାଡି ଚାଲିଛି ତ କେଉଁଠି ଡ୍ରୋନ ଉଡାଇ ମଶା ମରା ତେଲ ସିଞ୍ଚନ କରାଯାଉଛି। ହେଲେ ମଶା କମିବାର ନା ଧରୁନି। ଦିନକୁ ଦିନ ମଶା ଚାରିଆଡେ ଖେଳିଗଲାଣି। ନିୟନ୍ତ୍ରଣ ବାହାରକୁ ଗଲାଣି ମଶା ଉପଦ୍ରଵ। ମଶା ମାରିବା ପାଇଁ ୱାର୍ଡ କୋର୍ପୋରେଟରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ, ସଫେଇ କମ୍ପାନୀ ମାନେ ପୁରା ଦମରେ ଚେଷ୍ଟା ଜାରି ରଖିଛନ୍ତି। ସେହି କ୍ରମରେ ବିଏମସି କମିଶନର ୱାର୍ଡ ୱାର୍ଡ ବୁଲି ସମସ୍ୟା ସବୁକୁ ନିଜେ ବୁଝୁଛନ୍ତି, ଲୋକମାନଙ୍କ ସହ କଥାହେଉଛନ୍ତି। ୱାର୍ଡ ମାନଙ୍କରେ ଥିବା ସବୁ ଖାଲ ଖମା କୁ ପୋତିଵା ସହ ଅସନା ପାଣି ଯେପରି କୋଉଠି ଜମିବ ନାହିଁ କି ମଶା ବଂଶ ବୃଦ୍ଧି ଘଟିବ ନାହିଁ ସେଥି ପ୍ରତି କର୍ପୋରେଟର ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାମରେ ଲାଗି ପଡିଛନ୍ତି ବୋଲି ଲୋକମାନେ ଚର୍ଚ୍ଚା କରୁ ଛନ୍ତି। ୟୁନିଟ-୯ ଅଂଚଳ, ବାୟାବାବା ବସ୍ତି ଅଞ୍ଚଳ ୟୁନିଟ-୩ ଅଂଚଳ, ଖରାବେଳେ ନଗର ଅଂଚଳ ମାନଙ୍କରେ ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ଓ ତାଙ୍କ ଘନିଷ୍ଠ ସହଯୋଗୀ ତଥା ୱାର୍ଡ ସୁପରଭାଇଜର ବନଲତା ବାରିକ ସବୁ କଲୋନୀ ସାହି ବସ୍ତି ମଶା ଧୂଆଁ ଗାଡି କୁ ସାଙ୍ଗରେ ନେଇ ମଶା ମାରିବାକୁ ଯେଉଁ ଉଦ୍ୟମ କଲେ ୱାର୍ଡ ବାସୀ ଉଚ୍ଚ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ମତ ହେଉଛି ଯେ ସନ୍ଧ୍ୟା ବେଳେ ଧୂଆଁ ଗାଡି ଗଳିକନ୍ଦି ବୁଲୁ ଆଉ ଲଗାତାର ସବୁଦିନ ମଶା ଧୂଆଁ ଗାଡି ଯଦି ବୁଲିବ ତେବେ ଟିକେ ତ୍ରାହି ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଏବଂ ଆଗରୁ କେବେ ଆମେ ଏମିତି କର୍ପୋରେଟର ସକାଳୁ ସନ୍ଧ୍ୟା ଯାଏ ଲୋକଙ୍କ ସ୍ୱାର୍ଥ ପାଇଁ କାମକରୁଥିବାର ଦେଖିନଥିଲୁ ଏବେ ଆପଣଙ୍କୁ କର୍ପୋରେଟର ଭାବେ ପାଇ ଆମେ ଶାନ୍ତିରେ ଅଛୁ ବୋଲି କହି ରଞ୍ଜୁଲତା ରାୟ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଲୋକମାନଙ୍କୁ ଧନ୍ୟବାଦର ଉତ୍ତର ଦେବାକୁ ଯାଇ କର୍ପୋରେଟର ରଞ୍ଜୁଲତା ରାୟ କହିଛନ୍ତି ଯେ ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ମଶା ମରା ଧୂଆଁ ଦେବା ଗାଡି ବୁଲିବ ଓ ମଶା ନିୟନ୍ତ୍ରଣ ଦାୟିତ୍ୱ ମୁଁ ନେଇଛି ଲୋକମାନଙ୍କ କଷ୍ଟ ଦୂର କରିବି।

ରିପୋର୍ଟ- ବିଜୟ ନନ୍ଦ।

Leave a Reply

Your email address will not be published. Required fields are marked *