ଉଦଘାଟିତ ହେଲା ଓଡିଶା ବାସ୍କେଟବଲ ଲିଗ୍

ପୁରୀ,୨୨/୧୨-ପୁରୀରେ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ। ଏଥିରେ ୧୦ ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଗୁରୁବାର ସଂଧ୍ୟାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ। କ୍ରିଡା ଦ୍ବାରା ସଦଭାବନା ଓ ଭାଇଚାରା ବୃଦ୍ଧି ସହ ଶାରୀରିକ ସୁସ୍ଥତା ବଜାୟ ରହି ପାରିବ ବୋଲି ଜିଲ୍ଲାପାଳ କହିବା ସହ ପ୍ରଥମ ଥର ପାଇଁ ଏଭଳି ବାସ୍କେଟବଲ ଲିଗ ପୁରୀ ରେ ହୋଇ ଥିବାରୁ ଆୟୋଜକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ,ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,କ୍ରିଡା ବିଭାଗର ଯୁଗ୍ମ ସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା, ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ,ଡେପୁଟି କଲେକ୍ଟର ଶ୍ରୀ ରାକେଶ ପଣ୍ଡା,ଖୋ ଖୋ ଦଳର ଇଣ୍ଡିଆ କୋଚ ଶ୍ରୀ ସଞିବ ଶର୍ମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ପୂର୍ତ୍ତ ବିଭାଗର ଏସ ଡି ଓ ଶ୍ରୀ ସୁକଦେବ ସାହୁ, ଜିଲ୍ଲା କ୍ରିଡା ଆସୋସିଏସନ ର ସମ୍ପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ, ଓଡିଶା ବାସ୍କେଟବଲ ଆସୋସିଏସନ ର ସମ୍ପାଦକ ଶ୍ରୀ ଅଶୋକ ସାହୁ, ଯୁଗ୍ମ ସମ୍ପାଦକ ତଥା ଆବାହକ ଶ୍ରୀ ଅମିତ ଦାସମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଲିଗରେ ୬ ଟି ପୁରୁଷ ଓ ୪ ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରୁଛନ୍ତି।ଭୁବନେଶ୍ୱର କ୍ୟାପିଟାଲ୍ସ,ୱ୍ବାରିଅର ବାଲେଶ୍ବର, ଗଞ୍ଜାମ ହୁପରସ୍,କଟକ ବାରବାଟି ଟାଇଗର, ଏମ୍ପରରସ ରାଉରକେଲା, ପୁରୀ ବୁଲସ୍,ଉତ୍କଳ ଡ଼୍ରିବଲର୍ସ,କଳିଙ୍ଗ ସୁଟରସ୍,ଓଡିଶା ବ୍ଲକରସ୍, ଓ୍ରଡ୍ର ଡ୍ରଙ୍କ୍ସ ଟିମ ନାମରେ ଏହି ୧୦ ଗୋଟି ଟିମ ଟ୍ରଫି ହାତେଇବା ପାଇଁ ପ୍ରତିଦ୍ବନ୍ଦିତା କରିବେ ବୋଲି ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ। ୨୬ ତାରିଖ ସଂଧ୍ୟାରେ ବାସ୍କେଟବଲର ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଜେତା ଓ ଅନ୍ୟାନ୍ୟ ଦଳ ମାନଙ୍କୁ ପୁରସ୍କୃତ କରାଯିବ।ଆବାହକ ଶ୍ରୀ ଦାସମହାପାତ୍ର ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।