ଇସ୍ରୋ ଯିବେ ସୌମ୍ୟାଶ୍ରୀ

ଯାଜପୁର,୨୨/୧୨- ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ NC High School ର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହା ଦାସ ଙ୍କ ପାଇଁ ଆଜି ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l TATA ଷ୍ଟିଲ ଦ୍ୱାରା ଆୟୋଜିତ ଯୁବ ବୈଜ୍ଞାନିକ ପ୍ରତିଭା କାର୍ଯ୍ୟକ୍ରମରେ ସାରା ରାଜ୍ୟ ରୁ ଅନେକ ପିଲା ଭାଗ ନେଇଥିବା ବେଳେ ୨୦ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ଯ ରୁ ଯାଜପୁର ଜିଲ୍ଲାରେ ସୌମ୍ୟା ମନୋନୀତ ହୋଇଥିଲେ l ସେ ବ୍ୟାସନଗର ପୌରପରିଷଦ ର ୨୩ ନମ୍ବର ୱାର୍ଡ ର ଶୁଭେନ୍ଦୁ କିଶୋର ଦାସ ଙ୍କ ଝିଅ l ଶିକ୍ଷା କ୍ଷେତ୍ର ରେ ସବୁବେଳେ ମନୋନିବେଶ କରୁଥିଲେ ଏବଂ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ତଥା ଗ୍ରହ ଉପଗ୍ରହ , କ୍ଷେପଣାସ୍ତ୍ର ସମେତ ସମସ୍ତ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଉପରେ ମନୋନିବେଶ କରୁଥଲେ l ସୋସିଆଲ ମେଡ଼ିଆ ରେ ସବୁବେଳେ ଇସ୍ରୋ, ନାସା ର ଭିଡିଓ ଗୁଡ଼ିକ ଦେଖୁଥିଲେ ଯାହା ତାଙ୍କୁ ବହୁତ୍ ଜ୍ଞାନ ଯୋଗାଇ ଥିଲା l ଏହି ପରୀକ୍ଷା ରେ କୃତ କାର୍ଯ୍ୟ ହେବା ପାଈଁ ଯାହାକୁ ନେଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କତୃପକ୍ଷ, ସାଙ୍ଗ ସାଥି, ପରିବାରବର୍ଗ ତଥା ଜିଲ୍ଲା ବାସୀ ଗର୍ବ ଅନୁଭବ କାରିଛନ୍ତି l

ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ ,ବ୍ୟାସନଗର।

Leave a Reply

Your email address will not be published. Required fields are marked *