ଠାକୁର ଅନୁକୂଳଚନ୍ଦ୍ରଙ୍କର ଶତବାର୍ଷିକୀ ସମାବେଶ ପ୍ରସ୍ତୁତି ବୈଠକ

ପୁରୀ ୩୧/୧୨- ଜାନୁଆରୀ ୮ ତାରିଖରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ। ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନର ୧୦୧ ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନର ସମ୍ଭାବନା ଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପର୍ଣ୍ଣ କରିବାକୁ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଯେମିତି ସମସ୍ତଙ୍କ ସହଯୋଗରେ ଭଲ ଭାବରେ କରାଯାଇ ପାରିବ ସେ ସମ୍ପର୍କରେ ମତ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ପୂର୍ବରୁ ଏ ସମ୍ପର୍କରେ ବୈଠକ ଆହ୍ୱାନ କରାଯାଇ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଯାଇଛି ବୋଲି ସୂଚନା ଦେଇଥିଲେ। ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା,ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଡିପିଏଚସିଓ ଡା ବିରଜା ଶଙ୍କର ରଥ,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସତସଙ୍ଗ ର କର୍ମକର୍ତ୍ତା ଡ ହୃଷୀକେଶ ସେନାପତି, ନୀରଞନ ବେହେରା, ଡା ନନ୍ଦ କିଶୋର ପ୍ରଧାନ, ସଞ୍ଜୀବ କୁମାର ନାୟକ, ଅରୁଣ କୁମାର ସାହୁ, ବି ଆଶିଷ କୁମାର ସୁବୁଦ୍ଧି, ବିରବର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *